ଭାଇରାଲ ହେଉଛି କନ୍ଧମାଳ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଷ୍ଟାଫଙ୍କ ମତୁଆଲା ନାଚ ଭିଡିଓ

Published By : Prameya-News7 Bureau | September 21, 2018 IST

ଫୁଲବାଣୀ୨୧|୯: କନ୍ଧମାଳ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଳିମିଶି ମଦ ପିଇ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି କିଛି ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଛି ଛି ବି କରୁଛନ୍ତି। ଯାହାକୁ ନେଇ ସିଡିଏମଓ ତଦନ୍ତ କରିଛନ୍ତି। ପୂରା ଘଟଣା କଣ ଆମେ ଦେଖାଉଛୁ ଆପଣ ବିଚାର କରନ୍ତୁ। ରସବତୀ ବିଲାସ ଗୀତର ନାଚ । ମୁହଁରେ ଲାଗିଛି ବୋତଲ ଚାଲିଛି ଖୁବ ବୋବାଲ। ଆସର ଖୁବ ଜମିଛି। ଯେଉଁମାନଙ୍କୁ ଆପଣମାନେ ନାଚୁଥିବାର ଦେଖୁଛନ୍ତି ଏମାନେ ହେଉଛନ୍ତି କନ୍ଧମାଳ କ ନୂଆ ଗାଁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଫାର୍ମାସିଷ୍ଟ ଓ ଅନ୍ୟ ଷ୍ଟାଫ। ଏ ହେଉଛି ସେହି ଭାଇରାଲ ଭିଡିଓ ଯାହାକୁ ନେଇ କନ୍ଧମାଳର ଲୋକମାନେ ଆପତ୍ତି ଉଠାଇଛନ୍ତି। ଡାକ୍ତର ହୋଇ କେମିତି ସେମାନେ ନାଚିଲେ। ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଏ ଭିଡିଓ ହେଉଛି ନୂଆଖାଇ ଅବସରରେ ।  ଯେତେବେଳେ ସାରା ପଶ୍ଚିମ ଓଡି଼ଶା ନୂଆଖାଇ ଅବସରରେ ନାଚଗୀତ ପିଠାପଣାରେ ମସଗୁଲ ଥିଲା ସେତେବେଳେ ଘରଠାରୁ ଦୂରରେ ଥିବା ଏହି ଡାକ୍ତର ଓ ଅନ୍ୟ ଷ୍ଟାଫମାନେ ଡାକ୍ତରଖାନାକୁ ଜଗି ବସିଥିଲେ, କାଳେ କେଉଁ ରୋଗୀ ଆସିଯିବେ, ଏବଂ ଏମର୍ଜେନ୍‌ସି ସେବା ଦରକାର ପଡ଼ିବ । ଆଉ ରାତିରେ ନିଜର ଡ୍ୟୁଟିରୁ ବିଶ୍ରାମ ମିଳିବା ପରେ ସ୍ଥାନୀୟ ଏକ କ୍ବାର୍ଟର୍ସରେ ଏମାନେ ଏକାଠି ମଉଜ କରିଥିଲେ । ଆଉ ନୂଆଖାଇର ମଜା ନେଇଥିଲେ। କିଛି ଦିନ ତଳେ ଅହମ୍ମଦାବାଦର ଏକ ପ୍ରାଇଭେଟ ହସ୍ପିଟାଲରେ ନର୍ସ ଓ ମେଡ଼ିକାଲ ଷ୍ଟାଫ ଆଇସିୟୁରେ ରୋଗୀଙ୍କ ସାମ୍ନାରେ ଗରବା ଡ୍ୟାନ୍‌ସ କରିଥିଲେ। ଅନେକ ଏହାକୁ ସମାଲୋଚନା କରିଥିଲେ। ଆଉ ମେଡ଼ିକାଲ ପକ୍ଷରୁ କୁହାଯାଇଥିଲା ଏହାଦ୍ବାରା ରୋଗୀଙ୍କ ଉପରେ ସକାରାତ୍ମକ ପ୍ରଭାବ ରହିବ।  ରୋଗୀଙ୍କ ମାନସିକତା ଭଲ ରହିବା ଯେତିକି ଜରୁରୀ ୨୪ ଇନଟୁ ସେଭେନ ସେବା ଯୋଗାଉଥିବା ଡାକ୍ତର ନର୍ସ ଓ ଅନ୍ୟ ଷ୍ଟାଫଙ୍କ ମନ ବି ପ୍ରଫୁଲ୍ଲ ରହିବା ଜରୁରୀ, ସେମିତି ହେଲେ ସେମାନେ ଉତ୍ତମ ସେବା ହିଁ ଦେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.