ଖାେଲା ଆକାଶ ତଳେ ପାଠପଢା ; ଭଙ୍ଗାରୁଜା ଅବସ୍ଥାରେ ସ୍କୁଲ ଘର, ଅଭିଯୋଗ ପରେ ବି ଫଳ ଶୂନ

Published By : Prameya-News7 Bureau | December 18, 2018 IST

କନ୍ଧମାଳ ୧୮|୧୨: ପ୍ରାଥମିକ ଶିକ୍ଷା ନାଁରେ ପାଣି ଭଳି ପଇସା ବୋହିଯାଉଛି । ହେଲେ ସବୁ ଲୋକ ଦେଖାଣିଆ । ସ୍କୁଲଘର ଭଙ୍ଗା ରୁଜ୍ଜା ଅବସ୍ଥାରେ । ବାଧ୍ୟ ହୋଇ ପିଲାଏ ବାହାରେ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି । ଏଭଳି ଭାବେ କନ୍ଧମାଳ ତୁମୁଡ଼ିବନ୍ଧର ଭାଲୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି ।

{"id":65011}

କନ୍ଧମାଳ ତୁମୁଡ଼ିବନ୍ଧ ଭାଲୁଗୁଡ଼ା ସ୍କୁଲ ଶ୍ରେଣୀ ଗୃହର ହାଲ୍ କିଛି ଏମିତି ରହିଛି । ଉପରେ ଟିଣ ନାହିଁ । ଦୁର୍ବଳ କାନ୍ଥରେ ଶିଉଳି ଭର୍ତ୍ତି, ଠାଏ ଠାଏ ଫାଟି ବି ଯାଇଛି । ଯେକୌଣସି ମହୁର୍ତ୍ତରେ ଭୁଶୁଡ଼ିଯାଇପାରେ । ସେପଟେ ଚାରିପାଖରେ ଅନାବନା ଗଛ ସବୁ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଝରକା-କବାଟ ହାଲ୍ ନକହିବା ଭଲ । କୋଉଠି ଜମା ନାହିଁତ ଆଉ କୋଉଠି ଲଟକିଛି ଯାହା । ବାଧ୍ୟ ହୋଇ ପିଲାଙ୍କ ପାଠପଢ଼ା ଖୋଲା ଆକାଶ ତଳେ ଚାଲିଛି । ତଳେ ଜରି ପାରି ବସି ପଢୁଛନ୍ତି ଛାତ୍ରଛାତ୍ରୀ । ବର୍ଷା, ଶୀତରେ କେମିତି କଣ ଚଳିଯାଉଛି । ହେଲେ ବର୍ଷା ଦିନେ ପାଠରେ ଡୋରି ବାନ୍ଧିବାକୁ ପଡ଼ୁଛି ।

{"id":65012}

୧୯୮୧ ମସିହାରେ ସ୍କୁଲ ସ୍ଥାପିତ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଅଛନ୍ତି ୪୮ ଛାତ୍ରଛାତ୍ରୀ । ଜଣେ ଶିକ୍ଷକରେ ଏଠି କାମ ଚଳେ । କିଛି ପିଲା ସ୍କୁଲର ହାଲ୍ ଦେଖି ଅନ୍ୟତ୍ର ଚାଲିଯାଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ସମସ୍ୟା ସଂପର୍କରେ ଅବଗତ କରାଯାଇଛି । ହେଲେ ଫଳ ଘରଶୂନ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଚିରାଚରିତ ଏବଂ ହାଲ୍‌କା ଢଙ୍ଗରେ କହିଛନ୍ତି କଣ ନା ନୂଆ ସ୍କୁଲ ଘର ତିଆରି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.