ଦୁର୍ଘଟଣା ପରେ କୋଲକାତାରେ ପହଞ୍ଚିଲା କାଞ୍ଚନଜଙ୍ଗା, ଚାଲିଛି ଟ୍ରାକ୍ ମରାମତି

Published By : Prameya-News7 Bureau | June 18, 2024 IST

କୋଲକାତା ୧୮/୦୬: ର୍ଘଟଣା ପରେ କୋଲକାତାରେ ପହଞ୍ଚିଲେ କାଞ୍ଚନଜଙ୍ଗା ଏକ୍ସପ୍ରେସ । ତେବେ ଜାରି ରହିଛି ଟ୍ରାକ୍ ମରାମତି କାମ । ଭୋର ୩.୧୬ରେ ପଶ୍ଚିମବଙ୍ଗ ସିଆଲଦାରେ ପହଞ୍ଚିଥିଲା । 

ସୋମବାର ଦିନ ଜଲପାଇଗୁଡିରେ ମାଲବାହୀ ଟ୍ରେନ୍ ଏକ୍ସପ୍ରେସ୍‌କୁ ପଛପଟୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ରେସ୍କ୍ୟୁ ପରେ କୋଲକାତାର ସିଆଲଦାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ । 


ସୂଚନା ଥାଉକି, ବର୍ଷକ ତଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଯେଉଁଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୦୦ ରୁ ଅଧିକ ଗୁରୁତର ହୋଇଥିଲେ । ଏହାର ଠିକ୍ ବର୍ଷକ ପରେ ପୁଣି ଦୁର୍ଘଟମା ଗ୍ରସ୍ତ ହୋଇଛି କାଞ୍ଚନଜଙ୍ଗା ଏକ୍ସପ୍ରେସ । ତେବେ ଏହି ଦୁର୍ଘଟଣାକୁ ନେଇ ବର୍ଷିଛନ୍ତି ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଏଥିପାଇଁ ଦାୟୀ ଭାରତୀୟ ରେଳବାଇ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.