ଆସୁଛି କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର’
14/09/2022 at 12:00 PM

ଓଟିଟି ପ୍ଲାଟଫର୍ମ “କଞ୍ଚାଲଙ୍କା ରେ ଷ୍ଟ୍ରିମିଙ୍ଗ ହୋଇଥିବା ବହୁ ଚର୍ଚ୍ଚିତ ଓ ଅଜସ୍ର ମାତ୍ରାରେ ଦର୍ଶକଙ୍କଠୁ ହାସଲ କରିଥିବା ଭଲପାଇବା ୱେବ୍ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ ପୁରୀ’। ବର୍ତ୍ତମାନ ପୁଣି ଥରେ ଏହି ସିରିଜ୍ ପରେ କଞ୍ଚାଲଙ୍କା ପ୍ରସ୍ତୁତ କରିଛି “ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର’ । ଏହି ୱେବ୍ ସିରିଜ୍ରେ ଦର୍ଶକ ଉଭୟ ବ୍ରହ୍ମପୁର ଅଞ୍ଚଳର କଳା ସଂସ୍କୃତି, ଐତିହ୍ୟ ଓ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ପାଇବେ ।
ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ଏହାର ନିର୍ଦ୍ଦେଶନା ସହିତ ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି । ଅନୁପମ କହିଛନ୍ତି, ଆମେ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଦର୍ଶକୀୟ ଆହୃତିରେ ଅତ୍ୟନ୍ତ ଖୁସି । “ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର’ ସିରିଜ୍କୁ ଆହୁରି ଉଚ୍ଚମାନର ସହିତ ପ୍ରସ୍ତୁତ କରିବୁ ଏବଂ ସାରା ବିଶ୍ୱରେ ରହୁଥିବା ଓଡ଼ିଆ ଦର୍ଶକ ଏହି ସିରିଜ୍କୁ ବ୍ୟୟବହୁଳ ଭାବରେ ଉପଭୋଗ କରିବେ ।’ “ଗ୍ୟାଙ୍ଗସ୍ ଅଫ୍ ବ୍ରହ୍ମପୁର’ କୁ ନେଇ କଞ୍ଚାଲଙ୍କାର କୋ-ଫାଉଣ୍ଡର ଓ ଚେୟାରମ୍ୟାନ ଅକ୍ଷୟ ପରିଜା କୁହିଛନ୍ତି, ‘ଆମେ ସବୁବେଳେ ଆଉ ସବୁ ସମୟରେ ଆମ ମାଟିର କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚାଇବା ସଂକଳ୍ପ କରିଛୁ ।’