ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଗଣ୍ଡଗୋଳ, ଜିବର୍ଦ୍ଧନଙ୍କ କାନ ଛିଣ୍ଡାଇଲେ ଦାଶରଥୀ
16/09/2022 at 8:46 AM

ସୋନପୁର ୧୬/୦୯: ଦୁଇ ଯୁବକଙ୍କ ମଧ୍ୟରେ ମାଡ଼ଗୋଳ ପରେ କାନ କାମୁଡି ଛିଣ୍ଡାଇ ଦେଲା ଜଣେ ଯୁବକ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କଳାପଥର ଗାଁରେ ଘଟିଛି ଏହି ଘଟଣା ।
ରାତିରେ ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଯୁବକ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇ ଦେଇଥିଲେ । କଳାପଥର ଗାଁର ଜିବର୍ଦ୍ଧନ ଗରିଆଙ୍କ କାନ ଛିଣ୍ଡି ଥିବା ବେଳେ ସେହି ଗାଁର ଦାଶରଥି କାନ କାମୁଡି ଥିବା ଜଣାପଡ଼ିଛି। ଜିବର୍ଦ୍ଧନଙ୍କୁ ଗାଁ ଲୋକେ ସଙ୍ଗେ ସଙ୍ଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି ।
Related Posts
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା; ୩ ମୃତ
31 January 2023
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023