ସୋସିଆଲ ମିଡିଆରେ ବିବାହ କାର୍ଡର ଭିଡିଓ ସେୟାର କଲେ କାମ୍ୟା ପଞ୍ଜାବୀ

Published By : Prameya-News7 Bureau | January 20, 2020 IST

ମୁମ୍ବାଇ୨୦|୧: ଛୋଟ ପରଦାର ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି କାମ୍ୟା। ନିକଟରେ କାମ୍ୟା ନିଜ ବିବାହ କାର୍ଡର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

{"id":213699,"sizeSlug":"large"}

କାମ୍ୟା ନିଜ ବୟଫ୍ରେଣ୍ଡ ଶଲଭ ଡାଙ୍ଗଙ୍କ ସହ ବିବାହ କରିବେ। ଆସନ୍ତା ଫେବ୍ରୁଆରୀ ମାସ ୧୦ ତାରିଖରେ ଉଭୟଙ୍କ ବିବାହ ହେବ। ବିବାହର ପ୍ରସ୍ତୁତି ଖୁବ ଜୋର ସୋରରେ ଚାଲିଛି। କାର୍ଡର ଭିଡିଓ ସେୟାର କରି କାମ୍ୟା ‘ଗଣପତି ବାପ୍ପା ମୋରିଆ’ ଲେଖିଛନ୍ତି। #ShubhMangalKaSha।

{"id":213705,"sizeSlug":"large"}

କଲର୍ସ ଚ୍ୟାନାଲରେ ପ୍ରସାରିତ ହେଉଥିବା ଶକ୍ତି ସିରିଏଲରେ ପ୍ରିତୋ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କାମ୍ୟା ୨୦୦୩ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମେ କାମ୍ୟା ବଣ୍ଟି ନେଗୀ ନାମକ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିଲେ।

{"id":213702,"sizeSlug":"large"}

ହେଲେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ୨୦୧୩ ମସିହାରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏବେ କାମ୍ୟା ପୁଣି ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ନୂଆ ଜୀବନ ପାଇଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।

wp:core-embed/instagram {"url":"https://www.instagram.com/p/B7dTmxtDGDH/","type":"rich","providerNameSlug":"instagram","className":""}
https://www.instagram.com/p/B7dTmxtDGDH/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.