କମଲା ହାରିସଙ୍କ ସହ କାମ କରି ସାରିଛନ୍ତି ଶତୃଘ୍ନ ସିହ୍ନାଙ୍କ ଝିଆରୀ, ସେୟାର କଲେ ଫଟୋ
8/11/2020 at 8:18 PM

ନୂଆଦିଲ୍ଲୀ,୦୮।୧୧: ଆମେରିକାରେ ମତଦାନ ସରିଛି । ଭୋଟ ଗଣତି ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ମଧ୍ୟ ନିଶ୍ଚିତ ହୋଇଛି । ତେବେ ୟୁଏସର ଆଗାମୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭୋବ କମଲା ହାରିସ । କମଲାଙ୍କ ବିଜୟକୁ ନେଇ ଭାରତବାସୀ ଖୁସି ଅଛନ୍ତି । ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଏବେ ଅଭିନେତା ଶତୃଘ୍ନ ସିହ୍ୱା ନିଜ ଝିଆରୀ ପ୍ରୀତା ସିଂହଙ୍କ ସହ କମଲାଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି .
Heartiest congratulations! As the world is overjoyed with your @JoeBiden spectacular & most deserving win! Also we must not forget the desirable, elegant, wonderful,intelligent intellectual par excellence @KamalaHarris on her most expected win. Kudos! Here she is seen with my
— Shatrughan Sinha (@ShatruganSinha) November 8, 2020
ଫଟୋରେ ପ୍ରୀତା ଓ କମଲା ପାଖାପାଖି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଶତୃଘ୍ନ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ତାଙ୍କ ବଡ ଭାଇଙ୍କ ଝିଅ ପ୍ରୀତା କମଲା ହାରିସଙ୍କୁ ବହୁତ ଭଲରେ ଜାଣିଛନ୍ତି । ଏହାସହ ସେ ଲେଖିଛନ୍ତି ଯେ, ବହୁତ ବହୁତ ଧନ୍ୟବାଦ । ସାରା ବିଶ୍ୱ ବିଡେନଙ୍କ ବିଜୟକୁ ନେଇ ଖୁସି ଅଛି । କମଲା ହାରିସଙ୍କ ଭଳି ବୁଦ୍ଧିମତି, ଆକର୍ଷଣୀୟ ମହିଳାଙ୍କୁ ଭୁଲିବା ଅନୁଚିତ ।
promoting & encouraging our own Kamala & her people for this outstanding mega win. Our daughter, Preeta too deserves Kudos! Well done! God Bless! pic.twitter.com/MY4FSLl3Rv
— Shatrughan Sinha (@ShatruganSinha) November 8, 2020
ଶତୃଘ୍ନ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବଡ ଭାଇ ଲକ୍ଷ୍ମଣ ସିହ୍ନାଙ୍କ ଝିଅ ପ୍ରୀତା ସିଂ କମଲାଙ୍କ ସହ ନିଜ ଯୁବ ଟିମ୍କୁ ନେଇ ଜଡିତ ଅଛନ୍ତି । ଭାରତ ଓ ଭାରତୀୟଙ୍କୁ କମଲା ପସନ୍ଦ କରନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଶତୃଘ୍ନଙ୍କ ବ୍ୟତୀତ କଙ୍ଗନା ରଣାଓ୍ୱତ, କରିନା କପୁର ମଧ୍ୟ କମଲା ହାରିସଙ୍କ ଉପଲବ୍ଧିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।