krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋରୁ ଉଦ୍ଧାର କରି ଗାଡିରେ ନିଆଁ ଲଗାଇବା ଘଟଣା, ୪ ଜଣଙ୍କୁ ଉଠାଇନେବା ପରେ ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ

4/09/2023 at 11:10 AM

ଭୋଗରାଇ ୪।୯: ପଶ୍ଚିମବଙ୍ଗକୁ ଗୋରୁ ଗାଡି ଚାଲାଣ ବେଳେ ଗାଡିକୁ ଅଟକାଇ ଗୋରୁକୁ ଉଦ୍ଧାର କରି ଗାଡିରେ ନିଆଁ ଲଗାଇବା ଘଟଣାରେ ଉଠାଇ ନେଇଥିଲା ପୋଲିସ । ପୋଲିସ ରାତି ଅଧିଆ ଗୋରୁ ଉଦ୍ଧାର ଦଳର ୪ ଜଣ କର୍ମକର୍ତ୍ତାଙ୍କୁ ଉଠାଇ ନେଲା ପରେ ତୁମୁଳକାଣ୍ଡ । ମଧ୍ୟରାତ୍ରରେ କମର୍ଦ୍ଦା ଥାନାକୁ ଘେରାଉ କରିବା ସହିତ ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ବାଲେଶ୍ବର ଏସପି ସାଗରିକା ଫୋନ୍ ଯୋଗେ ଯୋଗାଯୋଗ ପରେ ରାସ୍ତାରୋକ ହଟିଥିଲା ।

ବାଲିଆପାଳ-କମର୍ଦ୍ଦା ରାସ୍ତାର ଉଲୁଡା ତାରେଣୀ ଛକ ନିକଟରେ ରବିବାର ପଶ୍ଚିମବଙ୍ଗକୁ ୩ଟି ପିକ୍‌ଅପ୍ ଭ୍ୟାନରେ ପଶାଖେଳକୁ ଗୋ-ଚାଲାଣ ହେଉଥିଲା । ଏହାର ଖବର ପାଇ କିଛି ଯୁବକ ଗାଡିକି ଅଟକାଇ ଭଙ୍ଗାରୁଜା କରିବା ସହିତ ସମସ୍ତ ଗୋରୁକୁ ଉଦ୍ଧାର କରିଥିଲେ । ଏଭଳି ଅମାନୁଷିକ ଭାବେ ପିକଅପରେ ଗୋରୁ ଲଦା ହୋଇଥିବା ସ୍ଥାନୀୟ ଲୋକମାନେ ଦେଖିବା ପରେ ଗୋରୁ ଉଦ୍ଧାର କରିବା ପରେ ଦୁଇଟି ପିକଅପକୁ ନିଆଁ ଲଗାଇ ଦେଇଥିଲେ । ଯେଉଁ ଘଟଣାର ତଦନ୍ତ କରି ପୋଲିସ ମଧ୍ୟରାତ୍ରିରେ ୪ ଜଣଙ୍କୁ ଉଠାଇ ନେଇଥିଲା । କିନ୍ତୁ ଗୋ-ଚାଲାଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଗୋ-ମାତାଙ୍କୁ ଉଦ୍ଧାରରେ ଲାଗିଥିବା ଯୁବକଙ୍କୁ କାହିଁକି ପୋଲିସ ଉଠାଇ ନେଉଛି । ତାର ପ୍ରତିବାଦରେ କମର୍ଦ୍ଦା ଥାନାକୁ ଘେରାଉ କରିବା ସହିତ ରାସ୍ତା ଅବରୋଧ କରିଥିଲେ ଏସ୍‌ପି ସାଗରିକା ନାଥ ଏ ଘଟଣାକୁ ନେଇ ଆଲୋଚନା କରିବାର ପ୍ରତିଶୃତି ଦେବା ପରେ ଥାନା ଘେରାଉ ବନ୍ଦ ସହିତ ରାସ୍ତା ରୋକ ହଟିଥିଲା ।

You Can Read :

   Related Posts