ସଙ୍କଟରେ କମଲନାଥ ସରକାର ? ବିଜେପିରେ ୧୦ ବିଧାୟକ ମିଶିଲେ ଭାଙ୍ଗିଯିବ କଂଗ୍ରେସ ସରକାର

Published By : Prameya-News7 Bureau | March 04, 2020 IST

ଭୋପାଳ ୦୪।୦୩- ମଧ୍ୟ ପ୍ରଦେଶର କମଲନାଥ ସରକାର ଉପରେ ସଙ୍କଟର ବାଦଲ ଖେଳି ଯାଇଛି। ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପ୍ରଶମିତ  କରିବାକୁ ଜୁଟିଥିବା କଂଗ୍ରେସ କହୁଛି ଯେ, ତାଙ୍କ ସରକାର ଉପରେ କୌଣସି ବିପଦ ନାହିଁ। ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ବିଜେପି) ନେତା ନରୋତ୍ତମ ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, କଂଗ୍ରେସର ୧୫ ରୁ ୨୦ ବିଧାୟକ ତାଙ୍କ  ଯୋଗାଯୋଗରେ ଅଛନ୍ତି। ନରୋତ୍ତମ ଏହା ମଧ୍ୟ କହିଛନ୍ତି, ବିଧାୟକ କାମ କରି ପାରୁନାହାନ୍ତି, ଏଥିପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଛି।

ଏହା ପୂର୍ବରୁ ମଧ୍ୟ ପ୍ରଦେଶର ରାଜନୀତିରେ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହଙ୍ଗାମା ଜାରି ରହିଥିଲା। ୧୦ ବିଧାୟକ ଦଳ ବଦଳ କରିବାର ଖବର ଆସିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। କଂଗ୍ରେସ ନେତା ଦିଗବିଜୟ ସିଂହ ଆରୋପ ଲଗାଇଛନ୍ତି ଯେ, କଂଗ୍ରେସ ଓ କିଛି ନିର୍ଦ୍ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ନେଇଯିବା ପାଇଁ ବିଜେପି ବିମାନ ବୁକ୍ କରିଛି। ମାତ୍ର ସେ ଦମ୍ଭୋକ୍ତିର ସହ କହିଛନ୍ତି ଯେ ତାଙ୍କର ଛଅ ବିଧାୟକ ଫେରି ଆସିଛନ୍ତି ଏବଂ ମଧ୍ୟ ପ୍ରଦେଶ ସରକାର ଉପରେ କୌଣସି ବିପଦ ନାହିଁ।

{"id":232737,"sizeSlug":"large"}

ବିଧାୟକ ଦଳ ବଦଳ କଲେ ଭାଙ୍ଗିଯିବ କଂଗ୍ରେସ ସରକାର

ଏବେ ବିଜେପି ନେତା ନରୋତ୍ତମ ମିଶ୍ରଙ୍କ ଏହି ଦୃଢୋକ୍ତି କଂଗ୍ରେସ ଶିବିରରେ ହଇଚଇ ସୃଷ୍ଟି କରିଛି। ମିଶ୍ର କହିଛନ୍ତି, ଅନେକ ବିଧାୟକ ମୋର ଯୋଗାଯୋଗରେ ଅଛନ୍ତି। ୧୫ ରୁ ୧୦ ବିଧାୟକ ମୋ ସଂପର୍କରେ ଅଛନ୍ତି। ନିଜ ଅଞ୍ଚଳରେ କାମ କରି ପାରୁନଥିବା କାରଣରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଛି। କାରଣ ଜନ ପ୍ରତିନିଧି ଜନତାଙ୍କ ନିକଟରେ ଉତ୍ତତଦାୟୀ। ଉଲ୍ଲେଖଯୋଗ୍ୟ, ଯେଉଁ ୧୦ ବିଧାୟକଙ୍କ ଚର୍ଚ୍ଚା ଜୋର ଧରିଛି, ଯଦି ସେମାନେ ଦଳ ପରିବର୍ତ୍ତନ ବିଜେପିରେ ସାମିଲ ହୁଅନ୍ତି ତେବେ ବିଧାନସଭାରେ  ବିଜେପିର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଯିବ ଅର୍ଥାତ ସଂଖ୍ୟା ଗରିଷ୍ଠତାଠୁ ଅଧିକ ଗୋଟିଏ ଆସନ ମିଳିବ। ଏମିତି ସ୍ଥିତିରେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯିବ।

କମଲନାଥ ତିନି ଥର ସାବ୍ୟସ୍ତ କରି ସାରିଛନ୍ତି ବହୁମତ

{"id":232738,"sizeSlug":"large"}

ଏହି ପୂରା ଘଟଣାକ୍ରମରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ, ମାଫିଆଙ୍କ ସାହାଯ୍ୟରେ ବିଜେପି ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରକୁ ଅସ୍ଥିର କରିବାକୁ ଅପଚେଷ୍ଟା ଚଳାଇଛି। ଆମ ପାଖରେ ବିଧାନସଭାରେ ପୂର୍ଣ୍ଣ ବହୁମତ ରହିଛି। ବଜେଟ୍ ଅଧିବେଶନ ସମୟରେ ଆମେ ୨୦୨୦-୨୧ ଆର୍ଥିକ ବଜେଟ୍ ଉପସ୍ଥାପନ କରିବା ସହିତ ବହୁମତ ସାବ୍ୟସ୍ତ ମଧ୍ୟ କରିଛୁ।

କଣ ରହିଛି ମଧ୍ୟ ପ୍ରଦେଶର ବିଧାନସଭାର ଗଣିତ

ସରକାର ଗଠନ ସହିତ ରାଜ୍ୟରେ କମଲନାଥ ସରକାର ଅସ୍ଥିର ଥିବା ଭଳି ଲାଗୁଛି। ପୁଣି ଥରେ ବିଧାୟକଙ୍କ ଘୋଡା ବେପାର ଉଦ୍ୟମ କାରଣରୁ କମଲନାଥ ସରକାରର ନିଦ ଉଡି ଯାଇଛି। ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶ ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ୨୩୦। ଦୁଇ ବିଧାୟକଙ୍କ ନିଧନ କାରଣରୁ ବର୍ତ୍ତମାନ ୨୨୮ ବିଧାୟକ ରହିଛନ୍ତି। କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଛନ୍ତି। ଏହା ବ୍ୟତୀତ ୪ ନିର୍ଦ୍ଦଳୀୟ, ୨ ବିଏସପି ଏବଂ ୧ ଏସପି ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ଏହି ପରି ସଂପ୍ରତି କଂଗ୍ରେସ ପାଖରେ ୧୨୧ ବିଧାୟକ ରହିଛନ୍ତି। ଅନ୍ୟପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.