ଭୋପାଳ, ୧୯|୦୩: ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ଦେଖାଦେଇଥିବା ରାଜନୈତିକ ଡ୍ରାମା ଥମିବାର ନାଁ ନେଉନାହିଁ। ଗୁରୁବାର ସୁପ୍ରିମକୋର୍ଟରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବା ମାମଲାରେ ଶୁଣାଣି ହୋଇଥିଲା। କୋର୍ଟ ଶୁକ୍ରବାର ସଂନ୍ଧ୍ୟା ୫ଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
{"id":241059,"width":746,"height":419,"sizeSlug":"large"}ବିଜେପି ନେତା ତଥା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କୋର୍ଟରେ ଅତିଶୀଘ୍ର କମଲନାଥ ଆସ୍ଥା ଭୋଟର ସାମ୍ନା କରିବା ପାଇଁ ଆବେଦନ କରିଥିଲେ। ଯାହାର ଆଜି ଶୁଣାଣି ହୋଇଥିଲା।
{"id":241057,"width":760,"height":427,"sizeSlug":"large"}ବୁଧବାର ଶୁଣାଣିରେ କୋର୍ଟ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କୁ ସମାଲୋଚନା କରି ୧୬ ବିଧାୟକଙ୍କ ଇସ୍ତଫା ସ୍ୱୀକାର ନକରିବାର କାରଣ ପଚାରିଥିଲେ।
ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ କମଲନାଥ ସରକାର ଅଳ୍ପମତ ହୋଇଯାଇଛି। କାରଣ ସିନ୍ଧିଆଙ୍କ ସମର୍ଥକ ୧୬ କଂଗ୍ରେସ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି।