ସ୍ମରଣ ଶକ୍ତି ହରାଉଛନ୍ତି KRK, ଟ୍ଵିଟ୍‌ କରି ଲେଖିଲେ- ଯଦି ମରିଲି...

Published By : Prameya-News7 Bureau | October 02, 2022 IST

ମୁମ୍ଵାଇ ୦୨।୧୦: କମଲ ଆର ଖାନ ତଥା KRK ତାଙ୍କର ବିବାଦୀୟ ବିବୃତ୍ତି ହେତୁ ପ୍ରତିଦିନ ଚର୍ଚ୍ଚାରେ ରହିଥାଆନ୍ତି। ଅତୀତରେ, ତାଙ୍କର ଏକ ପୁରୁଣା ଟ୍ୱିଟ ପାଇଁ ଗିରଫ କରାଯାଇଥିଲା । ସେ ମଧ୍ୟ କିଛି ଦିନ ଜେଲରେ ରହିଥିଲେ। ଏଥି ସହିତ, ଜେଲରୁ ବାହାରିବା ପରେ କେଆରକେ ସୋସିଆଲ ମିଡିଆରେ ପୂର୍ବ ଅପେକ୍ଷା କମ୍ ଆକ୍ଟିଭ୍‌ ଅଛନ୍ତି। ନିକଟରେ ସେ ତାଙ୍କର ଗୋଟିଏ ଟ୍ୱିଟ୍ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

KRK କିଛି ଘଣ୍ଟା ପୂର୍ବରୁ ଟ୍ୱିଟ୍ କରି ଲେଖିଥିଲେ, 'ମୁଁ ଜେଲରେ ମୋର ୨୦ ପ୍ରତିଶତ ସ୍ମୃତି ହରାଇଥିଲି, ଯେଉଁଠାରେ ମୁଁ ପ୍ରାୟ ୧୦ ଦିନ କିଛି ଖାଦ୍ୟ ଖାଇ ନଥିଲି। ମୋର ଡାକ୍ତରଙ୍କ ଅନୁଯାୟୀ ମୋର ସ୍ମୃତି ଫେରି ନପାରେ କିନ୍ତୁ ଭବିଷ୍ୟତରେ ଆଉ ଅଧିକ ଯାଇପାରେ । ଯଦି ମୁଁ ମରିଯାଏ ତେବେ ଜନସାଧାରଣଙ୍କୁ ମନେରଖିବାକୁ ପଡ଼ିବ ଯେ ପୂର୍ବରୁ ସେମାନେ ଏହା ସୁଶାନ୍ତ ସିଂ ରାଜପୁତଙ୍କ ସହିତ କରିଥିଲେ ଏବଂ ବର୍ତ୍ତମାନ ସେମାନେ ମୋ ସହିତ ଏହା କରୁଛନ୍ତି ।

ଏହା ପରେ ଆଉ ଏକ ଟୁଇଟ୍ ଲେଖିଛନ୍ତି, 'ଅନେକ ଲୋକ ମୋତେ ପଚାରୁଛନ୍ତି ମୁଁ କାହିଁକି ଆଉ ଭିଡିଓ କରୁନାହିଁ? ମୋର ଅନେକ ଜିନିଷ ମନେ ନାହିଁ । ମୁଁ ମୋର ପରବର୍ତ୍ତୀ ଲାଇନକୁ କ୍ୱଚିତ୍ ମନେ ରଖୁଛି କେହି କେହି ତାଙ୍କୁ ଟ୍ରୋଲ କରୁଛନ୍ତି। ସବୁଠାରୁ ବଡ କଥା 'ବିଗ୍ ବସ୍ ' ଦେଖେ ନାହିଁ । ଗତ ୩ବର୍ଷ ଠାରୁ ଏହି ସୋ ଦେଖିନି ଏବଂ ଭବିଷ୍ୟତରେ ମଧ୍ୟ ଏହା ଦେଖିବାକୁ ମୁଁ ଆଗ୍ରହୀ ନୁହେଁ। ଧନ୍ୟବାଦ!'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.