oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’କୁ ନେଇ କମଲ ନାଥଙ୍କ କଟାକ୍ଷ, କହିଲେ- ମୂଲ୍ୟବୃଦ୍ଧି ଓ ବେକାରୀ ଉପରେ ଚର୍ଚ୍ଚା କେବେ ?

1/04/2022 at 6:54 PM

ଭୋପାଲ ୧।୪: ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଚର୍ଚ୍ଚା ଜନତାଙ୍କ ଧ୍ୟାନ ହଟାଇବା ଲାଗି ବୋଲି ସେ କହିଛନ୍ତି। ସରକାର ଯଦି ଚର୍ଚ୍ଚାରେ ଏତେ ଆଗ୍ରହୀ ଦେଶରେ ମୂଲ୍ୟ ବୃଦ୍ଧି ଓ ବେକାରୀ ନେଇ ଚର୍ଚ୍ଚା କରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତିଯେ ଜନତାକୁ ସରକାର ମୁର୍ଖ ବନେଇବାର କାର୍ଯ୍ୟକ୍ରମ ସବୁ ଚଳାଇଛନ୍ତି। ପେଟ୍ରୋଲ, ଡିଜେଲ, ଗ୍ୟାସ୍, ରେସନ,ବିହନ, ସାର, ଖାଦ୍ୟ ତେଲ ସବୁ ମହଙ୍ଗା ହୋଇଗଲାଣି। ଏଥିରେ ସରକାର ଏବେ ମଦକୁ ଶସ୍ତା କରିବାକୁ ଅଣ୍ଟା ଭିଡିବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି ବୋଲି କମଲ ନାଥ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ନେଇ ଆଲୋଚନା କରିଛନ୍ତି।

 ଏହି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ଟିପସ୍ ମଧ୍ୟ ଦେଇଛନ୍ତି। ଏଥିରେ ନିଜ ପାଠ ପଢ଼ା ଉପରେ ବିଶ୍ୱାସ କରିବାକୁ କହିଥିବା ବେଳେ ତୁମେମାନେ ପ୍ରଥମ ଥର ପରୀକ୍ଷା ଦେଉନ। ଏହା ପୂର୍ବରୁ ଅନେକ ପରୀକ୍ଷା ଦେଇ ଉତୀର୍ଣ୍ଣ ହେବା ପରେ ଏହି କକ୍ଷକୁ ପହଞ୍ଚିଛ ଏହି ଭାବନାରେ ଆଗାମୀ କକ୍ଷ ଓ ଉଚ୍ଚତର ଶିକ୍ଷା ଲାଗି ନିଜର ପାଦ ବଢାଅ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛତ୍ରୀ ଅନଲାଇନ ଓ ଅଫ-ଲାଇନ ମାଧ୍ୟମ ସମ୍ପର୍କରେ ପଚାରିବାକୁ ପାଠ ପଢ଼ାର ମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ନୁହେଁ ତୁମମାନଙ୍କ ମନ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

   Related Posts