କମଲ ନାଥ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 13, 2018 IST

ନୂଆଦିଲ୍ଲୀ ୧୩|୧୨: ବରିଷ୍ଠ କଂଗ୍ରେସ ନେତା କମଲ ନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । କମଲ ନାଥଙ୍କ ନାମକୁ ଅନୁମୋଦନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସଂଧ୍ୟାରେ ଭୋପାଳରେ ବସିବ ବିଧାୟକ ଦଳ ବୈଠକ । ବୈଠକ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ।

ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହୋଇଥିଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ସିଟ୍ ପାଇଥିଲା । ତେବେ ଦଳ ବିଏସପି ଓ ଅନ୍ୟ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଢିବାକୁ ଯାଉଛି । ମଧ୍ୟପ୍ରଦେଶରେ ଦଳକୁ ସଂଖା ଗରିଷ୍ଠତା ମିଳିନଥିଲେ ମଧ୍ୟ ବିଏସପି ଓ ଏସପି ସହାୟତାରେ ସରକାର ଗଢ଼ିବାକୁ ନିଷ୍ପତି ନେଇ କଂଗ୍ରେସ । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୂର୍ଣ୍ଣ ସମର୍ଥନ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଦୁଇ ଦଳ । ମଧ୍ୟପ୍ରଦେଶରେ ବିଏସପିର ଦୁଇଜଣ ବିଧାୟକ ଜିତିଥିବାବେଳେ ଏହି ରାଜ୍ୟରେ ସରକାର ଗଢ଼ିବା ଲାଗି କଂଗ୍ରେସକୁ ମାତ୍ର ଦୁଇଜଣ ବିଧାୟକ ଦରକାର । ତେଣୁ ବିଏସପି ସହାୟତାରେ କଂଗ୍ରେସ ଏଠାରେ ସରକାର ଗଢ଼ିପାରିବ ।  ଗତକାଲି  କମଲନାଥ, ଦିଗ୍ ବିଜୟସିଂଙ୍କ ସମେତ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟି ସରକାର ଗଢ଼ିବା ନେଇ ଦାବି ଉପସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.