ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ହିନ୍ଦୀ ଭାଷାକୁ ନେଇ କମଲ ହାସନଙ୍କ ବିବାଦୀୟ ବୟାନ : କହିଲେ ‘ହିନ୍ଦୀ ଭାଷା ଡାୟପର୍ ପିନ୍ଧିଥିବା ଶିଶୁ ଭଳି’

4/10/2019 at 1:58 PM

ଚେନ୍ନାଇ ୪/୧୦: ହିନ୍ଦୀ ଭାଷାକୁ ନେଇ ମକଲ ନିଧି ମୟମ ମୁଖ୍ୟ କମଲ ହାସନଙ୍କ ବିବାଦୀୟ ବୟାନ । ଭାରତର ଭାଷା ପରିବାର ମଧ୍ୟରେ ହିନ୍ଦୀ ବେଶି ପୁରୁଣା ନୁହେଁ । ତେଣୁ ସବୁଠୁ ସାନ ହୋଇଥିବାରୁ ‘ହିନ୍ଦୀ’ ଭାଷା ଡାଇପର୍ସ ପିନ୍ଧୁଥିବା ଟିକି ପିଲାଟିଏ ଭଳି । ଗୁରୁବାର ଗୋଟିଏ କାର୍ଯ୍ୟକ୍ରମରେ ଉଦ୍ ବୋଧନ ଦେଇ କମଲ ହାସନ ଏହା କହିଛନ୍ତି ।

ତାମିଲ, ସଂସ୍କୃତ ଏବଂ ତେଲୁଗୁ ତୁଳାନାରେ ହିନ୍ଦୀ ଏବେ ମଧ୍ୟ ଅତି ସାନ । ମୁଁ ପରିହାସ କରି ଏ କଥା କହୁନାହିଁ। ମୁଁ ସମ୍ବେଦନାର ସହ କହୁଛି ଯେ ଆମକୁ ଭାଷାମାନଙ୍କର ତତ୍ତ୍ୱ ନେବାକୁ ପଡ଼ିବ । କିନ୍ତୁ, ଭାଷାକୁ ଆମ ଉପରେ ଲଦି ଦେବା କି, ଗିଳାଇ ଦେବା ଅନୁଚିତ । ପୂର୍ବରୁ ସେପ୍ଟେମ୍ବର ୧୬ ତାରିଖ ଦିନ କମଲ ହସନ କହିଥିଲେ ଯେ ହିନ୍ଦୀ ଭାଷା ଲଦି ଦିଆଗଲେ ଗୋଟାଏ ବଡ଼ ଯୁଦ୍ଧ ହେବ । ଯାହା ଜଲ୍ଲିକାଟୁ ପ୍ରତିବାଦ ଠାରୁ ବୃହତ୍ତର ହେବ । ଏହା ମଧ୍ୟ କହିଛନ୍ତି ଆମେ ପୂର୍ବରୁ କହିଛୁ, ଏବେ ମଧ୍ୟ କହୁଛୁ, ତାମିଲ ଭାଷା ଆମର ଗୌରବ ହୋଇଥିବାରୁ ଆମେ ତା’ ପାଇଁ ଲଢ଼ିବୁ । ଭାରତକୁ ସାଧାରଣତନ୍ତ୍ର କରିବା ବେଳେ ଆମେ ବିବିଧତା ମଧ୍ୟରେ ଏକତା ନିମନ୍ତେ ପ୍ରତିଶ୍ରୁତି ଦେଇଛୁ । ଆମେ ତାହାକୁ ପରିବର୍ତ୍ତନ କରି ପାରିବା ନାହିଁ। ଏବେ କୌଣସି ଶାହା, ସୁଲ୍ ତାନ କିମ୍ବା ସମ୍ରାଟ ସେମାନଙ୍କ ପ୍ରତିଶ୍ରୁତିରୁ ହୁଡ଼ିବା ଅନୁଚିତ। ଆମେ ସବୁ ଭାଷାକୁ ସମ୍ମାନ ଦେଉଛୁ କିନ୍ତୁ, ତାମିଲ ସର୍ବଦା ଆମର ମାତୃଭାଷା ହୋଇଥିବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ୧୪ ତାରିଖ ହିନ୍ଦୀ ଦିବସ ଦିନ ହିନ୍ଦୀକୁ ଜାତୀୟ ଭାଷା କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ଫଳରେ ବିରୋଧୀ ଦଳର ଅନେକ ନେତା ଏହାକୁ ପ୍ରତିବାଦ କରିଥିଲେ। ଏବେ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଲ ହାସନ ।

   Related Posts