‘Project K’ରେ କମଲ ହାସନଙ୍କ ଏଣ୍ଟ୍ରି, ଭିଲେନ୍ ପାଇଁ ମିଳିବ ୧୫୦ କୋଟି !
1/06/2023 at 9:27 AM

ମୁମ୍ଵାଇ ୦୧।୦୬: ଅଭିନେତା କମଲ ହାସନ । ବର୍ତ୍ତମାନ ‘ଇଣ୍ଡିଆନ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ପ୍ରଭାସଙ୍କ ଅଭିନୀତ ‘ପ୍ରୋଜେକ୍ଟ କେ’ରେ ଖଳନାୟକ ଭୂମିକା କରିବା ପାଇଁ ଅଫର କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ନିର୍ମାତାମାନେ କମଲ ହାସନଙ୍କ ସହ କଥାବାର୍ତ୍ତା କରିଥିଲେ । ହେଲେ ସେ ଏପର୍ଯ୍ୟନ୍ତ ହଁ କରିନାହାନ୍ତି। ଶୁଣିବାକୁ ମିଳିଛି ଯେ, ପ୍ରଡ୍ୟୁସର ଅଶ୍ବିନୀ ଦତ୍ତ କମଲ ହାସନଙ୍କୁ ସାକ୍ଷାତ୍ କରି ‘ପ୍ରୋଜେକ୍ଟ କେ’ରେ ପାଇଁ ୧୫୦ କୋଟି ଟଙ୍କାର କମିଟ୍ମେଣ୍ଟ କରାଯାଇଛି।

ତେବେ ଫିଲ୍ମ ସଂସ୍ଥାର ସୂତ୍ରରୁ ଜଣାପଡ଼ିଛି ଯେ, ଅଭିନୟ ପାଇଁ ହାସନଙ୍କୁ ଅଫର କରାଯିବା କଥା ସତ । କିନ୍ତୁ ଏଥିପାଇଁ ୧୫୦ କୋଟି ଟଙ୍କା ଯଚାଯିବା କଥାରେ କୌଣସି ସତ୍ୟତା ନାହିଁ। କମଲ ହାସନଙ୍କ ସହ କଥାବାର୍ତ୍ତା ଚାଲିଛି। ସେ ଏପର୍ଯ୍ୟନ୍ତ ସେ ‘ହଁ’ କରିନାହାନ୍ତି। ସେ ଏଥିପାଇଁ କିଛ ସମୟ ମାଗିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ୭୦ ପ୍ରତିଶତ ସରିଲାଣି ବୋଲି ଜଣାପଡ଼ିଛି।
ନିକଟରେ ଏକ ସାକ୍ଷାତ୍କାରରେ ପ୍ରଯୋଜକ ଅଶ୍ବିନୀ ଦତ୍ତ ଏହି ପ୍ରୋଜେକ୍ଟ ବିଷୟରେ ଅନେକ କଥା କହିଥିଲେ। ଏହା ଏକ ହେଭି ଗ୍ରାଫିକ୍ସ ଫିଲ୍ମ ହେବାକୁ ଯାଉଛି। ଆମେ ଗ୍ରାଫିକ୍ସ ଉପରେ କାମ ଆରମ୍ଭ କରିବାର ୫ ମାସ ହୋଇଗଲାଣି। ଆସନ୍ତାବର୍ଷ ବି ଏହା ଚାଲିବ। ଆମେ ଏପର୍ଯ୍ୟନ୍ତ ସୁଟିଂର ୭୦ ପ୍ରତିଶତ କାମ ଶେଷ କରିଛୁ। ଆହୁରି ବହୁତ ବାକି ଅଛି । ଯାହା ଯଥା ଶୀଘ୍ର ସାରିବୁ।
You Can Read: