ବଞ୍ଚିଗଲେ କମଲ ହାସନ ଓ କାଜଲ୍‌- କ୍ରେନ ଖସି ପଡିବା ସ୍ଥାନରୁ ମାତ୍ର କିଛି ଦୂରରେ ଥିଲେ

Published By : Prameya-News7 Bureau | February 20, 2020 IST

ଚେନ୍ନାଇ ୨୦।୦୨ - ସିନେମା ଇଣ୍ଡିଆନ୍‌ ୨ ର ସେଟ୍‌ରେ କ୍ରେନ୍‌ ଖସି ପଡି ୩ ଜଣଙ୍କର ମୃତ୍ୟୁ ହେବା ସହ ୯ ଜଣ ଗୁରୁତର । ସେଟ୍‌ରେ ଲାଇଟ୍‌ ଲଗାଇବା ପାଇଁ ଆସିଥିବା କ୍ରେନ ହଠାତ୍‌ ଓଲଟି ପଡିଥିଲା । ଏଥିରେ ୧୨ ଜଣ ଲୋକ କ୍ରେନ ତଳେ ଚାପି ହୋଇ ରହିଥିଲେ । ଏକ ସେଟ୍‌ ନିର୍ମାଣ ସମୟରେ ଏହି ଅଘଟଣ ଘଟିଥିଲା । କ୍ରେନ ଖସିବା ସମୟରେ କମଲ ହାସଲ ଓ କାଜଲ ଅଗ୍ରଓ୍ୱାଲା ସେଟ୍‌ ନିକଟରେ ଥିଲେ । ସେମାନେ ସେହି ସ୍ଥାନରୁ ମାତ୍ର ୧୦ ସେକେଣ୍ଡ ଦୂରରେ ରହିଥିଲେ ।

wp:core-embed/twitter {"url":"https://twitter.com/amritharam2/status/1230216235314364416?s=20","type":"rich","providerNameSlug":"twitter","className":""}
https://twitter.com/amritharam2/status/1230216235314364416?s=20
/wp:core-embed/twitter

ମୃତକମାନଙ୍କ ମଧ୍ୟରେ ସହ ନିର୍ଦେଶକ କ୍ରିଷ୍ଣା, କଳା ସହଯୋଗୀ ଚାନ୍ଦ୍ରନ ଓ ପ୍ରଯୋଜନା ସହଯୋଗୀ ମଧୁ ଅଛନ୍ତି । ଏହି ଦୁର୍ଘଟଣାକୁ ଅଥି ଦୁଃଖ ଦାୟକ ବୋଲି କମଲ ହାସନ୍‌ ତାମିଲ୍‌ରେ ଟ୍ୱିଟ କରିଛନ୍ତି । ଆହତମାନଙ୍କୁ ସେ ଡାକ୍ତରଖାନାରେ ଭେଟିଛନ୍ତି ।

wp:core-embed/twitter {"url":"https://twitter.com/MsKajalAggarwal/status/1230339449323569153?s=20","type":"rich","providerNameSlug":"twitter","className":""}
https://twitter.com/MsKajalAggarwal/status/1230339449323569153?s=20
/wp:core-embed/twitter

ଇଣ୍ଡିଆନ୍‌ ୨ ସେଟ୍‌ର ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେଠାରେ ଆଲୋକ ବ୍ୟବସ୍ଥା ପାଇଁ ଏକ ବିଶାଳ କ୍ରେନ ଅଣାଯାଇଥିଲା । ହଠାତ୍‌ କ୍ରେନ୍‌ଟି ଭାରସାମ୍ୟ ହରାଇ ଗୋଟିଏ ପାର୍ଶ୍ୱକୁ ଓଲଟି ପଡିଥିଲା । ଏହା ତଳେ ସେଠାରେ କାମ କରୁଥିବା ଲୋକମାନେ ଚାପି ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.