ଢ଼େଙ୍କାନାଳ କାମାକ୍ଷାନଗରରେ ପୁଣି ଶୀକାରି ଗୁଳିରେ ହାତୀ ମୃତ
4/10/2018 at 5:38 PM

ଢ଼େଂକାନାଳ;୪/୧୦- ହାତୀଙ୍କ ସୁରକ୍ଷାପାଇଁ ବିଭିନ୍ନ ଯୋଜନାରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହାତୀର ଗିତିବିଧି ଉପରେ ନଜର ରଖିବାପାଇଁ ସ୍ବତନ୍ତ୍ର ସ୍କ୍ବାଡ ବି ଗଠନ କରାଯାଇଛି। ହେଲେ ଫଳ ଶୂନ୍ ।ହାତୀ-ମଣିଷ ଲଢେଇ ଥମିବାର ନାଁ ନେଉନି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ପୁଣି ଶିକାରୀଙ୍କ ଗୁଳିରେ ହାତୀର ହୋଇଛି ମୃତ୍ୟୁ। ପୁଣି ଶିକାରୀଙ୍କ ଗୁଳି ନେଇଛି ଆଉ ଏକ ହାତୀର ଜୀବନ। ଢେଙ୍କାନାଳ କାମାକ୍ଷାନଗର ମହାବିରରୋଡ ଅସନବାହାଳିଠାରେ ଏକ ଗୁଳିବିଦ୍ଧ ହାତୀର ମୃତ ଦେହକୁ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର ହୋଇଥିବା ହାତୀଟିର ୩ରୁ ୪ ଦିନ ତଳେ ଗୁଳିମାଡ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରୁଛନ୍ତି ପଶୁବିଭାଗ ଡାକ୍ତର। ଗୁଳିମାଡ କାରଣରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାକୁ ମଧ୍ୟ ଡିଏଫଓ ଓ ରେଞ୍ଜର ସ୍ବୀକାର କରିଛନ୍ତି। ତେବେ ହାତୀଟିକୁ ପଡୋଶୀ ଜିଲ୍ଲାରେ ଗୁଳିମାଡ ହୋଇଥିଲା। ଏଠାକୁ ଆସି ତାର ମୃତ୍ୟୁ ହୋଇଛି ବୋଲି ନିଜ ଉପରୁ ଦୋଷକୁ ଖସାଇଛନ୍ତି।ଶିକାରୀଙ୍କ ଅବାଧ ହାତୀ ଶିକାର ଯୋଗୁ ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କ ପ୍ରତି ଏବେ ଦେଖାଦେଇଛି ସଙ୍କଟ। ଗତ ତିନି ବର୍ଷ ଭିତରେ ୧୦ଟି ହାତୀର ଗୁଳିମାଡ ଯୋଗୁ ମୃତ୍ୟୁ ହୋଇଛି। ଆଉ କିଛି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଛନ୍ତି। କାମାକ୍ଷାନଗର ଉପକଣ୍ଠର ୪ଟି ରେଞ୍ଜରେ ପୂର୍ବ ଗଣନା ଅନୁଯାୟୀ ୩୦୦ରୁ ଉର୍ଦ୍ଧ୍ବ ରହିଥିବାବେଳେ କ୍ରମାଗତଭାବେ ହ୍ରାସ ପାଇଁ ଏବେ ୨୨୦ରେ ପହଞ୍ଚିଛି।ଜିଲ୍ଲାରେ ବଢିଚାଲିଛି ହାତୀମୃତ୍ୟୁ। ଶିକାରୀଙ୍କ କବଳରୁ ହାତୀକୁ ସୁରକ୍ଷିତ ରଖିବାକ ବର୍ତ୍ତମାନ ବହୁତ ଜରୁରୀ ହୋଇପଡିଛି। ନହେଲେ ଜିଲ୍ଲାରୁ ସଂପୂର୍ଣ ହାତୀବଂଶ ଲୋପ ପାଇଯିବା ସମ୍ଭାବନାକୁ ଏଡାଇ