ପଞ୍ଚଭୂତରେ ଲୀନ ହେଲେ ବର୍ଷିଆନ ଜନନେତା କଲ୍ୟାଣ ସିଂହ : ଶେଷ ଦର୍ଶନ କଲେ ଅମିତ ଶାହା, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ…

Published By : Prameya-News7 Bureau | August 23, 2021 IST

ଲକ୍ଷ୍ନୌ୨୩/୦୮ : ପଞ୍ଚଭୂତରେ ବିଲୀନ ବର୍ଷିଆନ ରାଜନେତା କଲ୍ୟାଣ ସିଂହ । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅନ୍ତିମ ସତ୍କାର ଶେଷ ହୋଇଛି । ବୁଲନ୍ଦଶହର ଜିଲ୍ଲା ନରୋରା ରାଜଘାଟରେ ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ ହୋଇଛି । ତାଙ୍କର ଶେଷକୃତ୍ୟ ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ବହୁ ବିଶିଷ୍ଟ ନେତା ସାମିଲ ହୋଇଥିଲେ । ପୁଅ ରାଜବୀର ସିଂହ ମୁଖାଗ୍ନୀ ଦେଇଛନ୍ତି ।

wp:embed {"url":"https://twitter.com/myogiadityanath/status/1429753212135899138","type":"rich","providerNameSlug":"twitter","responsive":true}
https://twitter.com/myogiadityanath/status/1429753212135899138
/wp:embed

ଅଗଷ୍ଟ ୨୧ ତାରିଖ ଶନିବାର ସନ୍ଧ୍ୟାରେ ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଦେହାନ୍ତ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡିତ ଥାଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । କଲ୍ୟାଣ ସିଂହଙ୍କ ଅନ୍ତିମ ସତ୍କାରରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବା ସହ ଶେଷ ଦର୍ଶନ କରିଥିଲେ ।

ଉତ୍ତର ପ୍ରଦେଶ ରାଜନୀତିରେ ଜଣେ ଯୋଦ୍ଧା ଭାବେ ପରିଚିତ ଥିଲେ କଲ୍ୟାଣ ସିଂହ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ବର୍ଷିଆନ ନେତାଙ୍କର କେନ୍ଦ୍ର ରାଜନୀତିରେ ମଧ୍ୟ ବେଶ ଦବଦବା ରହିଥିଲା । ଏହାସହିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାଙ୍କର ପ୍ରୟାସ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇରହିବ । ସେ ଦୁଇ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ବାବରୀ ମସଜିଦ ଭଙ୍ଗା ଘଟଣାକୁ ନେଇ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ତ ଦେଇଥିଲେ କିନ୍ତୁ ଉତ୍ତର ପ୍ରଦେଶ ଜନସାଧାରଣଙ୍କ ହୃଦୟରେ ରହିଯାଇଥିଲେ କଲ୍ୟାଣ ସିଂହ ।

wp:embed {"url":"https://twitter.com/AHindinews/status/1429745035642163200","type":"rich","providerNameSlug":"twitter","responsive":true}
https://twitter.com/AHindinews/status/1429745035642163200
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.