ଝାରସୁଗୁଡ଼ା: ଶନିବାର ଝାରସୁଗୁଡ଼ାରେ ନୂଆ ସୋରୁମର ଶୁଭାରମ୍ଭ କରିଛି ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ। ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋରୁମ ଉଦଘାଟନ କରିଛନ୍ତି। ଆଉ ଏହି ସୋରୁମ ସହ କଲ୍ୟାଣ ଜୁଏଲର୍ସ ପ୍ରଥମ କରି ଝାରସୁଗୁଡ଼ାରେ ବ୍ୟବସାୟ ଆରମ୍ଭ କରିଛି। ଉଦଘାଟନ ସହ ଜୁଏଲର୍ସ ପକ୍ଷରୁ ଏହାର ଲାଇଫ୍ଷ୍ଟାଇଲ୍ ଗହଣା ବ୍ରାଣ୍ଡ୍-କ୍ୟାଣ୍ଡିୟରର ଉନ୍ମୋଚନ କରାଯାଇଛି।
କଲ୍ୟାଣ ଜୁଏଲର୍ସ ଏବଂ କାଣ୍ଡିୟର ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସିଗ୍ନେଚର ଅଳଙ୍କାର ଲାଇନରୁ ଏକ ବିଳାସପୂର୍ଣ୍ଣ ପରିବେଶ ଏବଂ ଡିଜାଇନର ବ୍ୟାପକ ସଂଗ୍ରହ ସହିତ ଏହି ନୂତନ ସୋ'ରୁମ୍ ଏହି ଅଂଚଳର ପୃଷ୍ଠପୋଷକମାନଙ୍କୁ ଏକ ଅତୁଳନୀୟ ସପିଂ ଅନୁଭୂତି ପ୍ରଦାନ କରିବାକୁ ଯାଉଛି ।
ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ଅନେକ ଆକର୍ଷଣୀୟ ଅଫର ଘୋଷଣା କରିଛି ଯେଉଁଥିରେ ପୃଷ୍ଠପୋଷକମାନଙ୍କୁ ସେମାନଙ୍କ ଗହଣା କ୍ରୟ ଉପରେ ଉଲ୍ଲେଖନୀୟ ସଂଚୟ ଉପଭୋଗ କରିବାର ସୁଯୋଗ ଦିଆଯାଇଛି । ପ୍ରିମିୟମ ଉତ୍ପାଦ ପାଇଁ ଗଢ଼ା ମଜୁରି ଉପରେ ୩୦% ରିହାତି ଲାଗୁ ହେଉଥିବା ବେଳେ ଗହଣା ବ୍ରାଣ୍ଡ ଟେମ୍ପୁଲ ଓ ଆଂଟିକ ଗହଣା ପାଇଁ ଗଢ଼ା ମଜୁରି ଉପରେ ୩୫% ରିହାତି ପ୍ରଦାନ କରୁଛି । । ସପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ୩୦ ଗ୍ରାମରୁ କମ୍ ସମସ୍ତ ଗହଣା ସାମଗ୍ରୀରେ ଗଢ଼ା ମଜୁରି ଉପରେ ୨୫% ରିହାତି ମିଳିବ । ଏହା ବ୍ୟତୀତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ରହିଛି ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ସୋ'ରୁମରେ ମାନକ ଭାବେ ମଧ୍ୟ ଲାଗୁ ହେବ।
ଏହି ଅବସରରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି, ଯେ, “ନୂଆ କଲ୍ୟାଣ ଜୁଏଲର୍ସ ସୋ'ରୁମ୍ ଉଦଘାଟନ ଅବସରରେ ଏଠାରେ ଉପସ୍ଥିତ ରହି ମୁଁ ଆନନ୍ଦିତ । କଲ୍ୟାଣ ଜୁଏଲର୍ସକୁ ପ୍ରତିନିଧିତ୍ୱ କରିବା ଏକ ସମ୍ମାନର ବିଷୟ । ଏହା ଏକ ବ୍ରାଣ୍ଡ ଯାହା ବିଶ୍ୱାସ, ସ୍ୱଚ୍ଛତା ଏବଂ ଗ୍ରାହକ-କେନ୍ଦ୍ରୀକ ନୀତି ଉପରେ ଦୃଢ଼ ଭାବରେ ଠିଆ ହୋଇଛି ।’’
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନି ଭାବରେ ଆମେ ବିପୁଳ ମାଇଲଖଂଟ୍ ହାସଲ କରିଛୁ ଏବଂ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରମୁଖ ପଦକ୍ଷେପ ନେଇଛୁ । ଆମର ଅଭିବୃଦ୍ଧି ଯାତ୍ରାର ଏହି ପରବର୍ତୀ ପର୍ଯ୍ୟାୟ ଆରମ୍ଭ କରୁଥିବା ବେଳେ ଝାରସୁଗୁଡ଼ାରେ ଆମର ନୂତନ ସୋ'ରୁମର ଶୁଭାରମ୍ଭ ଘୋଷଣା କରି ଆମେ ଆନନ୍ଦିତ । ଏହି ଶୁଭାରମ୍ଭ ମାଧ୍ୟମରେ ଆମେ ଓଡ଼ିଶା ରାଜ୍ୟରେ ଆମର ଭୌଗୋଳିକ ଉପସ୍ଥିତିକୁ କ୍ରମାଗତ ଭାବରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ ଏବଂ କମ୍ପାନିର ବିଶ୍ୱାସ ଏବଂ ସ୍ୱଚ୍ଛତାର ମୂଳ ମୂଲ୍ୟବୋଧ ପ୍ରତି ସଚ୍ଚୋଟ ରହି ଗ୍ରାହକଙ୍କୁ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।’’