ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ପୁଣି ମିମିକ୍ରି କଲେ ଟିଏମସି ନେତା କଲ୍ୟାଣ ବାନାର୍ଜୀ। ବାନାର୍ଜୀ କହିଛନ୍ତି ଯେ ଏହା କରିବା ତାଙ୍କର ମୌଳିକ ଅଧିକାର। ରବିବାର ପଶ୍ଚିମବଙ୍ଗର ହୁଗୁଳିରେ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ମିମିକ୍ରି ହେଉଛି ମୌଳିକ ଅଧିକାର। ଉପରାଷ୍ଟ୍ରପତିଙ୍କୁ ମିମିକ୍ରି କରି ସେ କହିଛନ୍ତି ଯେ ମୁଁ ବାରମ୍ବାର ମିମିକ୍ରି କରିବି।
ଅଧିବେଶନରେ ଅସଭ୍ୟ ଆଚରଣ ଯୋଗୁଁ ଅନେକ ସାଂସଦ ଉଭୟ ଗୃହରୁ ନିଲମ୍ବିତ ହୋଇଥିଲେ। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ କଲ୍ୟାଣ ବାନାର୍ଜୀ ମଧ୍ୟ ସାମିଲ ଥିଲେ। ନିଲମ୍ବିତ ସାଂସଦମାନେ ସଂସଦ କମ୍ପ୍ଲେକ୍ସର ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ। ଡିସେମ୍ବର ୧୯ରେ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କ ମିମିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋବାଇଲ୍ ଫୋନରେ କଲ୍ୟାଣ ବାନାର୍ଜୀଙ୍କ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା।
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କଲ୍ୟାଣ ବାନାର୍ଜୀଙ୍କ ନକଲକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥି ସହିତ ଉପରାଷ୍ଟ୍ରପତି ନିଜକୁ ଜଣେ ପୀଡିତ ବୋଲି କହିଥିଲେ। କହିଛନ୍ତି ଯେ ଅପମାନର ଶିକାର ହୋଇଥିଲେ ମଧ୍ୟ ସେବା ପଥରୁ ବିମୁଖ ହେବା ଉଚିତ୍ ନୁହେଁ।