ନଭେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ କାଳସର୍ପ ଯୋଗ, ଏହି ୫ଟି ରାଶି ଜାତକ ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ହେବ ପୂରଣ

Published By : Prameya-News7 Bureau | November 20, 2019 IST

ନଭେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ କାଳସର୍ପ ଯୋଗ । ଏହାର କୁପ୍ରଭାବ ୫ଟି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ରହିବ । ଏହି ସମୟ ମଧ୍ୟରେ ଏହି ରାଶିମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଲୋକମାନେ ଆପଣଙ୍କ କଥା ଉପରେ ଅଧିକ ଧ୍ୟାନ ଦେବେ । ହଠାତ୍ ଯାତ୍ରା କରିବାର ଯୋଗ ପରିପାରେ । ଟଙ୍କା ପଇସାକୁ ନେଇ ଥିବା ସମସ୍ୟା କିଛି ମାତ୍ରାରେ ସୁଧୁରିବ । ଅଟକି ରହିଥିବା କାମ ପୂରା ହୋଇପାରେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆପଣଙ୍କ ବ୍ୟବହାର ପାଇଁ ଚାରିଆଡୁ ପ୍ରଶଂସା ମିଳିବ । କିଛି ମହତ୍ବପୂର୍ଣ୍ଣ କାମ ସାରିଦିଅନ୍ତୁ ।

ଉପରିସ୍ତ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ । ଆପଣ ଆପଣଙ୍କ କଥା କହିବାରେ ସଫଳ ହେବେ । ନାଗ ଦେବତାଙ୍କ କୃପାରୁ ଜୀବନସାଥୀଙ୍କ ସହ ଆନନ୍ଦଦାୟକ ସମୟ ଅତିବାହିତ କରିବେ । କୌଣସି ସଂପର୍କୀୟ ଆସିବା ଫଳରେ ଘରେ ଖୁସିର ମାହୋଲ ରହିବ । ପଡୋଶୀ କିଛି ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ବେରୋଜଗାର ଲୋକଙ୍କୁ ରୋଜଗାରର ନୂଆ ଅବସର ମିଳିବ । ଗାଡି ଚଳାଇବା ବେଳେ ପୁରା ସାବଧାନ ରୁହନ୍ତୁ ।

ଆପଣଙ୍କ ଉପରିସ୍ଥ ଅଧିକାରୀ ଖୁସୀ ହୋଇ ଆପଣଙ୍କୁ ଲାଭବାନ କରାଇବେ । ଏହି ଲାଭ ଚାକିରୀରେ ପଦୋନ୍ନତି ମଧ୍ୟ ହୋଇପାରେ । ସାମାଜିକ କାମରେ ସାମାଜର ଲୋକଙ୍କ ସହଯୋଗ ମିଳିପାରେ । ଆପଣଙ୍କ ସକରାତ୍ମକ ବିଚାର କୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ । ଆପଣଙ୍କ ସାହାଯ୍ୟ ଅନ୍ୟମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଶିକ୍ଷାର୍ଥୀ ପାଠପଢାରେ ଉନ୍ନତି କରିବେ ।

ଏହି ୫ଟି ରାଶି ହେଲା ବୃଷ, କର୍କଟ, ମକର, ତୁଳା ଏବଂ ମେଷ । ଏହି ରାଶି ବିଶିଷ୍ଟ ଜାତକ ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ପୂରଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.