ଜାରକାସ୍ଥିତ ଷ୍ଟାଡିୟମରେ କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟଟ୍ରଫି ଉନ୍ମୋଚିତ, ଯୋଗଦେଲେ ବହୁ ବିଧାୟକ
9/12/2022 at 6:00 PM

ଚଣ୍ଡିଖୋଲ,୧୨/୦୯:ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଯାଜପୁର ଜିଲ୍ଲା ଜାରକା ଷ୍ଟାଡିଅମ ପରିସରରେ କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ(କେଡିଏମ) ଟ୍ରଫି ଉନ୍ମୋଚିତ ହୋଇଯାଇଛିଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପିପିଲି ବିଧାୟକ ରୁଦ୍ର ମହାରଥୀ, ଭଦ୍ରକ ବିଧାୟକ ସଂଜୀବ ମଲିକ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, କୋରେଇ ବିଧାୟକ ଅଶୋକ ବଳ, ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ରୀତା ତରାଇ ପ୍ରମୁଖ ଯୋଗଦେଇ କେଡିଏମ ଟ୍ରଫିକୁ ଉନ୍ମୋଚନ କରିଥିଲେ ।
ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟରେ ଧର୍ମଶାଳା ଓ ରସୁଲପୁର ବ୍ଲକର ୭୩ଗୋଟି ପଂଚାୟତର ୭୩ଟି ଟିମ୍ ଅଂଶଗ୍ରହଣ କରିବେ ଆସନ୍ତା ୧୧ତାରିଖରେ ଧର୍ମଶାଳା ବ୍ଲକର ଗଡମଧୁପୁର ଖେଳ ପଡିଆଠାରେ ଏହି ଟୁର୍ଣ୍ଣାମେଂଟ ଉଦଘାଟିତ ହେବ ସେହିପରି ଗତ ୨ତାରିଖ ଠାରୁ କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ ପକ୍ଷରୁ ୮ଟି କଲେଜ ଓ ୫୦ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୈାଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, କବାଡି, ଖୋ ଖୋ, ଭଲି, ସଟଫୁଟ୍, ଡିସକସ ଥ୍ରୋ, ବ୍ୟାଡମିଂଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ତର୍କ, ରଚନା ଆଦି ପ୍ରତିଯୋଗିତା କରାଯାଇଥିଲା ଏଥିରେ ହାଇସ୍କୁଲସ୍ତରରେ କାଏମର ଲାଲ ବାହାଦୂର ହାଇସ୍କୁଲ ଓ କଲେଜ ସ୍ତରରେ ଧର୍ମଶାଳା ମହାବିଦ୍ୟାଳୟ ଚାମ୍ପିଅନ ହୋଇଥିଲା ଚାମ୍ପିଅନ ଓ ରନର୍ସ ଅପ ଦଳକୁ ଅତିଥିମାନେ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ପରେ ଆତସବାଜି ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ଯାହାକୁ ଭରପୁର ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।