ବୁଧବାରଠାରୁ ଘରେ ଝୁଲୁଛି ତାଲା, କୁଆଡେ ଗଲେ କଳ୍ପନାଙ୍କ ବାପା ?

Published By : Prameya-News7 Bureau | February 15, 2020 IST

ଝାରସୁଗୁଡା ୧୫।୨: ଝାରସୁଗୁଡା ଜିଲ୍ଲା ରାଜପୁରର କଳ୍ପନା ଦାସ ଓ ତାଙ୍କ ଝିଅଙ୍କର ଛତିଶଗଡରେ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ବନ୍ଧା ହେବା ପରେ ବର୍ତ୍ତମାନ ସନ୍ଦେହ ଘେରରେ କଳ୍ପନାଙ୍କ ବାପା । କାରଣ ୨୦୧୬ ମସିହା ମେ’ ମାସ ପରେ କଳ୍ପନା ଓ ତାଙ୍କ ଝିଅଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ନଦେଖିବା ସତ୍ତ୍ବେ ବି କାହିଁକି ପରିବାର ଲୋକେ ଖୋଜି ନଥିଲେ କି ନିଖୋଜ ସମ୍ପର୍କରେ କୌଣସି ଥାନାରେ ଏତଲାଟିଏ ଦେଇନଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । କଳ୍ପନାଙ୍କ ହତ୍ୟାକାରୀ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ହେବା ପରେ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାଶଙ୍କ ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଗତ ବୁଧବାରଠାରୁ ରୁଦ୍ରାକ୍ଷ ଘରକୁ ଫେରି ନାହାନ୍ତି । ତେବେ ତାଙ୍କ ଜଣାତରେ କଳ୍ପନାଙ୍କର ଅନୁପ ସାଏଙ୍କ ସହ ସଂପର୍କ ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

{"id":224684,"sizeSlug":"large"}

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସଂପୃକ୍ତି ନେଇ ଖୁଲାସା କରିଛି ରାୟଗଡ ପୋଲିସ । ତେବେ ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଖୁଲାସା କରିଛି । ଅତି ନିବିଡ଼ି ସଂପର୍କ ହେବା ପରେ କଳ୍ପନା ବିବାହ ପାଇଁ ଜିଦ୍ ଧରିଥିଲେ । ପୂର୍ବରୁ ବିବାହିତ ଓ ତାଙ୍କ ପରିବାର ଅଛି ବୋଲି କହି ଏଥିରେ ରାଜି ହୋଇନଥିଲେ ଅନୁପ । ହେଲେ କଳ୍ପନା ବାରମ୍ବାର ଚାପ ପ୍ରୟୋଗ କରିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଅନୁପ ଷଡଯନ୍ତ୍ର କରିଥିଲେ ।

{"id":224686,"sizeSlug":"large"}

ଏଥିପାଇଁ ତାଙ୍କର ବିଶ୍ବସ୍ତ ଡ୍ରାଇଭରର ସହଯୋଗରେ ୨୦୧୬ ମେ ୬ରେ ପ୍ରେମିକା କଳ୍ପନା ଓ ତାଙ୍କ ଝିଅକୁ ଛତିଶଗଡ ରାୟଗଡରେ ବିବାହ କରିବାକୁ ନେଇଥିଲେ । ଫେରିବା ବାଟରେ ଅନୁପଙ୍କ ମୁଣ୍ଡରେ ପଶିଥିଲା ଖଳବୁଦ୍ଧି। ହମିରପୁର ଜଙ୍ଗଲ ନିକଟ ରାସ୍ତାରେ କଳ୍ପନା ଓ ତାଙ୍କ ଝିଅଙ୍କୁ ଲୁହା ରଡ୍ ରେ ପିଟି ହତ୍ୟାକରିଥିଲେ । ଘଟଣାକୁ ଦୁର୍ଘଟଣାର ରୂପ ଦେବା ଏବଂ ଯେପରି କେହି ମୃତଦେହକୁ ଚିହ୍ନି ନପାରିବେ ସେଥିପାଇଁ ତାଙ୍କ ଗାଡି ବାରମ୍ବାର ମୃତଦେହ ଉପରେ ଚଢାଇ ମୁଣ୍ଡକୁ ବିକୃତ କରିବାକୁ ଚେଷ୍ଟା କରିଥିଲେ ।

{"id":224685,"sizeSlug":"large"}

କଳ୍ପନା ସୁନୀଲ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ । କିନ୍ତୁ ସୁନୀଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା । ଆଉ ଏତିକିବେଳେ କଳ୍ପନାଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଅନୁପ ସାଏ। । ସେତେବେଳେ ବିଧାୟକ ଥିବା ଅନୁପ ସାଏ ଭୁବନେଶ୍ବର ସୁନ୍ଦରପଦାରେ ଏକ ଫ୍ଲାଟ୍ କିଣି କଳ୍ପନା  ଓ ତାଙ୍କ ନାବାଳିକା ଝିଅଙ୍କୁ ସେଠାରେ ରଖିଥିଲେ । ଝିଅ ଭୁବନେଶ୍ବରର ଏକ ନାମୀ ସ୍କୁଲରେ ପଢୁଥିଲା ।  ହେଲେ କଳ୍ପନାଙ୍କ ବିବାହ ଜିଦ୍ ହିଁ ଅନୁପଙ୍କୁ ପ୍ରେମୀରୁ ପାପୀ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.