ପରକୀୟା ପ୍ରୀତିରୁ ଗଲା କଳ୍ପନା ଏବଂ ତାଙ୍କ ଝିଅଙ୍କ ଜୀବନ, ସ୍ବାମୀଙ୍କୁ ମଧ୍ୟ ମିଳୁଥିଲା ଧମକ

Published By : Prameya-News7 Bureau | February 15, 2020 IST

ଝାରସୁଗୁଡା ୧୫।୨: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରୁ ତିନି ତିନି ଥର ବିଧାୟକ ହୋଇଥିବା ଅନୁପ ସାଏ ଏବେ ଜେଲର ଚାରିକାନ୍ଥ ଭିତରେ । ୨୦୧୬ ମସିହାରେ ମା’ ଓ ଝିଅଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ । ପରକୀୟା ପ୍ରୀତିରୁ ଗଲା ମା’ ଓ ଝିଅଙ୍କ ଜୀବନ । ପୂର୍ବତନ ବିଧାୟକ ଜେଲ ଗଲେ । ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଉପରୁ ସାଢେ ୩ ବର୍ଷ ପରେ ପରଦା ହଟାଇବାରେ ସଫଳ ହୋଇଛି ଛତିଶଗଡ ପୋଲିସ ।

{"id":224574,"sizeSlug":"large"}

ରାଜନେତାଙ୍କ କ୍ରାଇମ୍ । ଓଡିଶାର ବହୁ ଚର୍ଚ୍ଚିତ ରାଜନେତା ଅନୁପ ସାଏଙ୍କୁ କାଠଗଡାରେ ଠିଆ ହେବାକୁ ପଡିଛି । ତାହା ପୁଣି ପରକୀୟା ପ୍ରୀତି ଓ ଅୟସ ଜୀବନଯାପନ ପାଇଁ । ନିଜେ ବିବାହିତ ହୋଇ ପିଲା ଛୁଆର ସଂସାର କରିଥିବା ଅନୁପ ନିଜ ଜାଲରେ ପକାଇଥିଲେ ଆଉ ଜଣେ ବିବାହିତା ମହିଳା କଳ୍ପନା ଦାଶଙ୍କୁ । କଳ୍ପନା ରାଜପୁର ଅଞ୍ଚଳର ଥିବାବେଳେ ପୂର୍ବରୁ ସୁନିଲ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ ।

{"id":224575,"sizeSlug":"large"}

କିନ୍ତୁ ଅନୁପ ସାଏ ୨୦୧୧ ମସିହାରେ ବିଧାୟକ ଥିବାବେଳେ କଳ୍ପନାଙ୍କୁ ନିଜ ଜୀବନ ସଙ୍ଗିନୀ କରିବାକୁ  ଉଦ୍ୟମ କରି ତାଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। ଲିଭ୍ ଇନ୍ ରିଲେସନସିପରେ ରହିବାକୁ ନିଜ ପରିବାରଠାରୁ ଦୂରରେ ଭୁବନେଶ୍ବରର ସୁନ୍ଦରପଦାରେ ଏକ ତିନି ମହଲା କୋଠା ତିଆରି କରିବା ସହ କଳ୍ପନାଙ୍କ ଝିଅ ପ୍ରଭାତିକୁ ନାମୀ ଘରୋଇ ସ୍କୁଲରେ ପାଠ ପଢ଼ାଉଥିଲେ ଅନୁପ ସାଏ । ଅନୁପଙ୍କୁ ବିବାହ କରିବା ପାଇଁ ଜିଦ ଓ କୋଠାକୁ ନିଜ ନାମରେ କରାଇବା ପାଇଁ ବାଧ୍ୟ କରିବାରୁ ମା’ ଓ ଝିଅଙ୍କ ଜୀବନ ଚାଲିଗଲା ।

{"id":224577,"sizeSlug":"large"}

ତିନି ଥର ବିଧାୟକ ରହି ଲୋକଙ୍କ ନିକତଟର ହୋଇଥିବା ଅନୁପ ମୃତ କଳ୍ପନାଙ୍କ ସହ ତାଙ୍କ ୧୩ ବର୍ଷର ଝିଅ ପ୍ରଭାତୀକୁ ମଧ୍ୟ ଛାଡିନଥିଲେ । ନିଜେ ଅନୁପ ହତ୍ୟାକାଣ୍ଡ ଭିଆଇଥିବା ଏସପିଙ୍କ ନିକଟରେ ସ୍ବୀକାର କରିଥିଲେ ।

{"id":224578,"sizeSlug":"large"}

ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ କଳ୍ପନାଙ୍କ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ନିଜ ଝିଅର ହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । କୋହଭରା କଣ୍ଠରେ କହିତିଲେ, ଝିଅକୁ କାହିଁକି ମାରିଲେ ବୋଲି । ଏହି ହତ୍ୟାକାଣ୍ଡର ଖବର ପାଇବାର ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ କିପରି ଦୋଷୀ ଧରାପଡିବ ସେଥିପାଇଁ ଚେଷ୍ଟା କରିବାବେଳେ ଅନୁପଙ୍କ ଧମକର ଶିକାର ହୋଇଥିବା କହିଛନ୍ତି କଳ୍ପନାଙ୍କ ସ୍ବାମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.