oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଖରାପ ନଜରର ଶିକାର ହୋଇଛନ୍ତି, ସେ ବି ସିଙ୍ଗଲ ମଦର…ସମାଲୋଚନାରେ ହାରି ନାହାନ୍ତି କଲକି କୋକଲିନ

10/01/2022 at 2:32 PM

ନୂଆଦିଲ୍ଲୀ୧୦।୦୧: ବଲିଉଡ ଅଭିନେତ୍ରୀ କଲକି କୋକଲିନ ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜ ସର୍ତ୍ତ ଅନୁଯାୟୀ ଜୀବନଯାପନ କରୁଥିବା କରୁଥିବା ଇଣ୍ଡଷ୍ଟ୍ରିରେ ଜଣେ ‘ଦୃଢ ମହିଳା’ ବା ‘ପାୱାର ୱିମେନ’ ଭାବରେ ମଧ୍ୟ ଜଣାଶୁଣା । ୨୦୦୯ ମସିହାରେ ଫିଲ୍ମ ‘ଦେବ ଡି’ ଜରିଆରେ କଲକି ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ କାମ ବ୍ୟତୀତ କଲକି ବାସ୍ତବ ଜୀବନରେ ସବୁବେଳେ ପ୍ରମାଣ କରି ଦେଖାଇଛନ୍ତି ଯେ ତାଙ୍କୁ କୌଣସି ଚ୍ୟାଲେଞ୍ଜ ଗୁଡ଼ିକ ଅଟକାଇ ପାରି ନାହିଁ। ତେବେ ଆଜି କଲକିଙ୍କ ଜନ୍ମଦିନରେ ଆମେ ଜାଣିବା କାହିଁକି ତାଙ୍କୁ ଷ୍ଟ୍ରଙ୍ଗ ୱିମେନ ବା ଶକ୍ତିଶାଳୀ ମହିଳା କୁହାଯାଏ। କଲକି ଫିଲ୍ଜ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ତାଙ୍କ ପାଇଁ ସେତେଟା ସହଜ ନଥିଲା। କଲକିଙ୍କ ପିତାମାତା ଫରାସୀ ବଂଶର ଅଟନ୍ତି । ତାଙ୍କ ପିତା ଏକ ଏୟାରକ୍ରାପ୍ଟର ଫ୍ୟାକ୍ଟ୍ରିରେ କାମ କରନ୍ତି। କୁହାଯାଏ ଯେ ଫିଲ୍ମ ପାଇଁ କଲକି ପ୍ରଥମ ପସନ୍ଦ ନଥିଲେ। କିନ୍ତୁ ଅନୁରାଗ ଯେତେବେଳେ ତାଙ୍କର ଅଡିସନ ଦେଖିଲେ, ସେ ତାଙ୍କ ମତ ବଦଳାଇଲେ।

ହେଲେ ଏକ ସାକ୍ଷାତକାରରେ କଲକି ପ୍ରକାଶ କରି କହିଛନ୍ତି ଯେ ସେ ଖେଳନା ଖେଳିବା ବୟସରେ ତଥା ୯ବର୍ଷ ବୟସରେ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ଏନେଇ ସେ ଏ ବିଷୟରେ ନିଜ ପିତାମାତାଙ୍କୁ ଜଣାଇ ନଥିଲେ। ତେବେ କଲକିଙ୍କ ପ୍ରଥମ ଫିଲ୍ମ ଥିଲା ‘ଦେବ ଡି’ ଏବଂ ଏହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ ଦେଇଥିଲେ। ଫିଲ୍ମର ସୁଟିଂ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ । ପରେ ଉଭୟ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିଲା ନଥିଲା । ବିବାହର ମାତ୍ର ୨ ବର୍ଷ ମଧ୍ୟରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଏହା ଅନୁରାଗ କାଶ୍ୟପଙ୍କର ଏହା ଦ୍ୱିତୀୟ ଏବଂ କଲକିଙ୍କର ପ୍ରଥମ ବିବାହ ଥିଲା। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ସେମାନଙ୍କ ବିବାହ ଭାଙ୍ଗି ଯାଇଥିଲା ।

ଅନୁରାଗ କାଶ୍ୟପଙ୍କ ଛାଡପତ୍ର ପରେ ସେ ଗାୟ ହର୍ସବର୍ଗଙ୍କୁ ଡେଟ କରିବା ଆରମ୍ଭ କରିଥିଲେ। ହର୍ଶବର୍ଗ ପେଟିଙ୍ଗ କରନ୍ତି । କଲକି ଫେବୃଆରୀ୨୦୨୦ ରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସେ ପର୍ଯ୍ୟନ୍ତ ସେ ବିବାହିତ ନଥିଲେ। କଲକି ପ୍ରତିଦିନ ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର୍ କରନ୍ତି, କିନ୍ତୁ ବୋଧହୁଏ ସେ ଏହି ଚ୍ୟାଲେଞ୍ଜକୁ ଆପଣାଇ ଦେଇଥିଲେ କି ସେ ଏକାକୀ ପିଲାକୁ ଲାଳନ ପୋଷଣ କରିବେ ।

   Related Posts