କାଳୀପୂଜା ନେଇ ପ୍ରସ୍ତୁତି ବୈଠକ : ନିରାଡମ୍ବରରେ ହେବ ପୂଜା, ବିସର୍ଜନ ପାଇଁ କୃତ୍ରିମ ପୋଖରୀ

Published By : Prameya-News7 Bureau | October 21, 2021 IST

ଭଦ୍ରକ ୨୧।୧୦: କାଳୀପୂଜା ନେଇ ପ୍ରସ୍ତୁତି ବୈଠକ । ଭଦ୍ରକ ଜିଲ୍ଲାପାଳଙ୍କ ମଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌ପି ଚରଣ ସିଂହ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୂସୂଦନ ଦାଶ, ଉପ-ଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗଦେଇଥିଲା । ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଛି ।

{"id":530654,"sizeSlug":"full","linkDestination":"none"}

ତେବେ ଆସନ୍ତା ୪ ତାରିଖରେ ପାଳନ ହେବାକୁ ଯାଉଛି କାଳୀପୂଜା । କରୋନା କଟକଣା ଭିତରେ ପାଳନ କରାଯିବ ଭଦ୍ରକର କାଳୀପୂଜା । କୌଣସି ପୂଜା ମଣ୍ଡପରେ ଜନ ସମାବେଶ ହେବ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । ମେଢ଼ର ତିନିପାଖ ଆବଦ୍ଧ ରହିବ ।  ବଡ଼ ଧରଣର କି ଯାକଜକମରେ ପୂଜା କରାଯାଇପାରିବ ନାହିଁ କିମ୍ବା ଡ଼ାକବାଜି ଯନ୍ତ୍ର ବାଜିବ ନାହିଁ ।  ଯାତ୍ରା ଓ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ. । ନିରାଡ଼ମ୍ବର ଭାବେ ପୂଜା ପାଳନ କରାଯିବ ।

{"id":530655,"sizeSlug":"full","linkDestination":"none"}

ସେହିପରି ମ୍ୟୁନିସିପାଲିଟି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ବିସର୍ଜନ ବେଳେ କୌଣସି ବାଦ୍ୟ ବାଜିବ ନାହିଁ କି ଶୋଭାଯାତ୍ରା ହେବ ନାହିଁ । ଆଗାମୀ କାଳୀପୂଜା ଅବସରରେ ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବାରୁ ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.