ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଶେଷ ହେଲା ମା’ କାଳୀଙ୍କ ପୂଜା, ଭଷାଣୀରେ ମନମୋହିଲା ଅଘୋରୀଙ୍କ ତାଣ୍ଡବ

7/11/2022 at 8:26 AM

ଯାଜପୁର ୦୭।୧୧:  ଶେଷ ହୋଇଛି ବ୍ୟାସନଗର ସହରର ଗଣପର୍ବ କାଳୀପୂଜା । ଦୀର୍ଘ ୧୪ ଦିନ ଧରି ସହରର ୧୪ଟି ମଣ୍ଡପରେ ପୂଜା ପାଉଥିଲେ ମା’ ଶ୍ୟାମାକାଳୀ  । ଏବେ ମେଲାଣି ନେଇଛନ୍ତି ମାଆ। କରୋନା କଟକଣା ନଥିବାରୁ ବେଶ୍ ଧୁମଧାମରେ ପାଳନ କରାଯାଇଛି ମା’ଙ୍କ ଭଷାଣ ଉତ୍ସବ ।

ପ୍ରତିବର୍ଷ ପରି ଚାଳିତଥର ମଧ୍ୟ ମଣ୍ଡପରୁ ମେଢ଼ ଗୁଡିକ ବାହାରି  ଗୋପବନ୍ଧୁ ଛକ ଠାରୁ କାଳୀ ମେଲଣ ପଡିଆ ଯାଏଁ ଧାଡ଼ିଧାଡି ହୋଇ ଯାଇଥିଲା । ଏହି ସମୟରେ ବିଭିନ୍ନ କମିଟି ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯାହାକୁ ଦେଖିବାକୁ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକଙ୍କ ଜନ ସମାବେଶ ହୋଇଥିଲା।  ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, ଘୋଡା ନାଚ, ବଳଦ ନାଚ, ସିଙ୍ଘ ବାଜା ସାଙ୍ଗକୁ ଡିଜେ ଧ୍ୱନୀରେ କମ୍ପିଥିଲା ପରିବେଶ ।

ତେବେ ଉତ୍ତରପ୍ରଦେଶରୁ ଆସିଥିବା ଅଘୋରୀଙ୍କ ନୃତ୍ୟ ଦର୍ଶକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଷ୍ଟିଲସିଟି ପୂଜା କମିଟି ତରଫରୁ ଅଘୋରୀ ନୃତ୍ୟ ମଣ୍ଡଳୀକୁ କାଳୀପୂଜା ଭଷାଣି ଶୋଭାଯାତ୍ରାରେ ସାମିଲ କରାଯାଇଥିଲା ।  ଉତ୍ତରପ୍ରଦେଶର ଏହି ଟିମ୍ ମହାକାଳ ଶିବଙ୍କ ଅଭିନୟ ପ୍ରଦର୍ଶନ କରିଛନ୍ତି। ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅନ୍ୟପଟେ ଜନସମାଗମକୁ ଦୃଷ୍ଟିରେ ରଖି  ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଥିଲା । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। ସହରର ସମସ୍ତ ମଣ୍ଡପର ମେଢ଼କୁ ଏକତ୍ରିତ କରାଯିବା ପରେ ପ୍ରଶାସନ ଦ୍ବାରା ସ୍ଥିର ହୋଇଥିବା ସ୍ଥାନରେ ବିସର୍ଜନ କରାଯାଇଛି ।

   Related Posts