ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ, ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’

Published By : Prameya-News7 Bureau | November 12, 2023 IST

ଭଦ୍ରକ ୧୨।୧୧ : ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପା ହେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି। ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ଵା ଆଉ ବଡ଼ ବଡ଼ ଚକ୍ଷୁର କଥା । କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ କଥା ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମହାକାଳୀ ବେଶରେ ଦର୍ଶନ ଦିଅନ୍ତି ।

wp:embed {"url":"https://www.prameyanews7.com/father-lost-his-life-in-river/","type":"wp-embed","providerNameSlug":"prameya-news-7"}
https://www.prameyanews7.com/father-lost-his-life-in-river/
/wp:embed

ସେହିପରି ଆଜି ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେବେ। ଆଜି ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକ କଳସ ଶୋଭଯାତ୍ରା ହେବ । ଆଜି ପ୍ରଥମ ଦିନରେ ବେଦମାତା ବେଶ, ପରଦିନ ମହାକାଳୀ ବେଶ, ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ବତୀ ବେଶ ଓ ଶେଷ ଦିନରେ ମହାଲଷ୍ମୀ ବେଶରେ ଦର୍ଶନ ଦେବେ । ପ୍ରତ୍ୟେକ ଦିନର ବେଶରେ ସ୍ୱତନ୍ତ୍ରତା ରହିଛି।

{"id":868763,"sizeSlug":"full","linkDestination":"none"}

ଅନ୍ତିମ ଦିବସରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ସପ୍ତଦିବସୀୟ ଏହି ପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠରେ ସବୁ ପ୍ରସ୍ତୁତି ସରିଛି । ଅନ୍ୟ ପକ୍ଷରେ ଆଜି ମଧ୍ୟ ରାତିର ନିଶାର୍ଦ୍ଧରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ମାଆ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ। ସୋମବାର ଠାରୁ ଜମିବ ମାଆଙ୍କର ପୂଜା ସାଙ୍ଗକୁ ମୀନାବଜାର, ଵିଭିନ୍ନ କିସମର ଦୋଳି ସାଙ୍ଗକୁ ଘର କରଣା ଜିନିଷ, ସହ ଖାଦ୍ୟର ଆସର ଜମିବ।

wp:embed {"url":"https://www.prameyanews7.com/alia-bhatt-cameo-in-hrithik-roshan-jr-ntr-war-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/alia-bhatt-cameo-in-hrithik-roshan-jr-ntr-war-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.