ଚରମ୍ପା ଓ ବାଇପାସରେ ଜମୁଛି କାଳୀପୂଜା, ସ୍ଥାନ ପାଇଛି କରମଣ୍ଡଳ ଟ୍ରେନ ଟ୍ରାଜେଡି

Published By : Prameya-News7 Bureau | November 15, 2023 IST

ଭଦ୍ରକ ୧୫/୧୧: ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ଭଦ୍ରକ । ଜିଲ୍ଲାର ଅନେକ ସ୍ଥାନରେ କାଳୀପୂଜା ଆୟୋଜିତ ହେଉଥିବା ବେଳେ ଭଦ୍ରକ ସହର ର ଚରମ୍ପା ଓ ବାଇପାସ ଠାରେ ଏବେ ଭିଡ଼ ଜୋରଦାର ହେଲାଣି । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ । ରାତି ତମାମ ଚାଲିଛି ଅପେରା ।

ଚରମ୍ପା ଠାରେ ଅନେକ ମଣ୍ଡପ ରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମଣ୍ଡପ ଗୁଡିକ ର ତୋରଣ ମଧ୍ୟ ବେଶ ଆକର୍ଷଣୀୟ ହୋଇଛି । ପାର୍ଶ୍ଵ ମୂର୍ତ୍ତି ଗୁଡିକ ରେ ସାମାଜିକ ବାର୍ତ୍ତା ଦେଉଥିବା କଥାବସ୍ତୁ ପ୍ରଦର୍ଶିତ ହେଉଛି । କରମଣ୍ଡଳ ଟ୍ରେନ ଟ୍ରାଜେଡିକୁ ମଧ୍ୟ ଏଥର ପାର୍ଶ୍ଵମୂର୍ତ୍ତି ଭାବେ ସ୍ଥାନ ଦିଆଯାଇଛି । ଶୀତୁଆ ସନ୍ଧ୍ୟାରେ ଗରମାଗରମ ଖାଦ୍ୟ ର ମଜା ନେଉଛନ୍ତି ଶ୍ରଦ୍ଧାଳୁ । ମା ଙ୍କୁ ଦର୍ଶନ ପରେ ମେଳା ରେ ଲାଗିଥିବା ଫୁଡ଼ ଷ୍ଟଲରେ ଭିଡ଼ ହେଉଛି ।

wp:html /wp:html

ରାମ ଦୋଳି , ବ୍ରେକ ଡ୍ୟାନ୍ସ ଭଳି ଅନେକ ଆକର୍ଷଣୀୟ ଦୋଳି ନିକଟ ରେ ମଧ୍ୟ ଭିଡ଼ ପରିଲକ୍ଷିତ ହେଉଛି । ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି । ୨୦ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଏଥର ୧୦ ଦିନ ପରିବର୍ତ୍ତେ ୭ ଦିନରେ ସରୁଛି ଐତିହାସିକ କାଳୀପୂଜା । ଆସନ୍ତା ୧୮ ତାରିଖ ରାତିରେ ମେଳା ଭାଙ୍ଗିବା ବେଳେ ୧୯ ତାରିଖ ସକାଳୁ ମା ନେବେ ମେଲାଣି ।

you can also read....

wp:embed {"url":"https://www.prameyanews7.com/crowd-of-devotees-gathered-in-bhadrak-kali-pooja/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crowd-of-devotees-gathered-in-bhadrak-kali-pooja/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.