oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଅଭିନେତ୍ରୀଙ୍କୁ ତୁରନ୍ତ ଗିରଫ ଦାବିରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କଲା କଳିଙ୍ଗସେନା

17/12/2019 at 9:03 PM

ଭୁବନେଶ୍ୱର ୧୭।୧୨ ହୀରାକୁଦ ନିଷିଦ୍ଧାଞ୍ଚଳରେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ ଘଟଣାରେ ତେଜୁଛି ଅସନ୍ତୋଷ । କଳିଙ୍ଗସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା । ଆଇନ ଅନୁସାରେ ଅଭିନେତ୍ରୀଙ୍କ ସହ ମନ୍ତ୍ରୀଙ୍କ ଝିଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଏହା ସହ ଏଥିରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି ।

ସୂଚନା ଯୋଗ୍ୟ ହୀରାକୁଦର ନିଷିଦ୍ଧାଞ୍ଚଳକୁ  ଓଡିଆ ସିନେମାର କିଛି ଅଭିନେତ୍ର ଓ ଜଣେ ମନ୍ତ୍ରୀଙ୍କ ଝିଅ ବୁଲିବା ପାଇଁ ଯାଇଥିଲା । ହୀରାକୁଦ ଡ୍ୟାମକୁ କେହି ହିରୋଇନ୍‌ ବୁଲିଯିବାରେ କିଛି ଅସୁବିଧା ନାହିଁ ।କିନ୍ତୁ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳର ଫଟୋ ଉଠାଇବା ସଂପୂର୍ଣ୍ଣ ବେଆଇନ ।ଆଉ ଏମିତି କାମ କିନ୍ତୁ କରିଛନ୍ତି ତିନିଜଣ ଓଲିଉଡ୍ ଅଭିନେତ୍ରୀ ।ତେବେ କେବଳ ହିରୋଇନ୍‌ ନୁହନ୍ତି ବରଂ ଜଣେ ମନ୍ତ୍ରୀଙ୍କ ଝିଅ ମଧ୍ୟ ଏହି ଭିଡିଓରେ ଅଛନ୍ତି ଯାହାକି ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଛି । ହୀରାକୁଦର ନୀଳ ଜଳରାଶି ଦେଖିବାକୁ ଯେମିତି ଆକର୍ଷଣୀୟ ସେଠାରେ କିଛି ସମୟ ବିତାଇବାରେ ମିଳିଯାଏ ଅପୂର୍ବ ଆନନ୍ଦ ।ହେଲେ ହୀରାକୁଦର ନିଶିଦ୍ଧାଞ୍ଚଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏବେ ବିବାଦରେ ୩ ଅଭିନେତ୍ରୀ ଓ ଜଣେ ମନ୍ତ୍ରୀଙ୍କ ଝିଅ ।

ଏହି ଭିଡିଓ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି ଓଲିଉଡ୍‌ ତଥା ଜାତୀୟ ସ୍ତରର ଅଭିନେତ୍ରୀ ପ୍ରକୃତି ମିଶ୍ର ।ତାଙ୍କ ସାଥିରେ ଅଛନ୍ତି ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଓ ଲଭ୍‌ଲି ।ଆଉ ଜଣେ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ।ତେବେ ହୀରାକୁଦ ନିଶିଦ୍ଧାଞ୍ଚଳର ଭିଡିଓ  ଓ ଫଟୋ ସେୟାର କରିବା ବେଆଇନ ହୋଇଥିଲେ ମଧ୍ୟ ଏପରି କରିବା ଦ୍ବାରା ଆଇନର ଉଲ୍ଲଂଘନ ହୋଇଛି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଚେତିଛି ପୋଲିସ ।ନିଷିଦ୍ଧାଞ୍ଚଳକୁ ସେମାନେ ଗାଡ଼ି ନେଇ କିଭଳି ଗଲେ ଏବଂ ଭିଡିଓ ସୁଟିଂ କଲେ ତାହାର ତଦନ୍ତ କରିବାକୁ ହୀରାକୁଦ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଏସ୍‌ପି।…

ସାଧାରଣ ଲୋକଙ୍କୁ ହୀରାକୁଦର ନିଶିଦ୍ଧାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିଛି ।କିନ୍ତୁ ଜଣେ ମନ୍ତ୍ରୀଙ୍କର ଝିଅ ଏବଂ ଅନ୍ୟ ୩ ଜଣ ଅଭିନେତ୍ରୀ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।ସେମାନଙ୍କୁ ନିଶିଦ୍ଧାଞ୍ଚଳକୁ ଯିବାକୁ କିଏ ଅନୁମତି ଦେଲା ଏବଂ ଭିଡିଓ ସୁଟିଂ କରିଥିଲେ ମଧ୍ୟ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ କଣ କରୁଥିଲେ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ଝିଅ ଏହି ଭିଡିଓରେ ଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଆଇନ ତା ରାସ୍ତାରେ ଚାଲିବ । ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ପାଇଁ କଡ଼ା ନିୟମ ଥିଲେ ମଧ୍ୟ ଏହା ବଡ଼ବଡିଆଙ୍କ ପାଇଁ ଲାଗୁ ହୁଏ ନାହିଁ ବୋଲି ଅନୁମାନ ହେଉଛି।

   Related Posts