Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଚିନ୍ତା ଓ ଆଶଙ୍କାରେ କଳିଙ୍ଗ ନଗର ଟାଟା ପ୍ରକଳ୍ପ ସନ୍ନିକଟ ହରିଜନ ପରିବାର

12/05/2018 at 2:30 PM

କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଗଡିଆ କଲୋନି ସାହିରେ ରୁହନ୍ତି ୩୦୦ରୁ ଉର୍ଦ୍ଦ୍ୱ ହରିଜନ ଆଦିବାସୀ ପରିବାର । ସାହି କଡରେ ରହିଛି କଳିଙ୍ଗନଗର ଶିଳ୍ପାଂଚଳର ସବୁଠୁ ବଡ କାରଖାନା ଟାଟା । ସାହିର ଲୋକମାନେ ଟାଟା କାରଖାନାର ଧୂଳିଧୁଆଁରେ ଅସ୍ତବ୍ୟସ୍ତ ହୋଇପଡିଥିଲାବେଳେ ବର୍ତମାନ ତାଙ୍କ ମୁଣ୍ଡରେ ଚଡକ ପକାଇଛି ଓପିଟିସିଏଲ । ସାଇର ଘର ଉପରେ ୧୩୨କେଭି ର ହାଇଭୋଲଟେଜ ତାର ଟାଣୁଛି ଓପିଟିସିଏଲ । ଏହାକୁ ନେଇ ବିଗତ ଦିନରେ ଏଠିକାର କଲୋନୀ ବାସିନ୍ଦା ଡୁବୁରି ଛକ ପାରାଦୀପ ଦଇତାରୀ ରାଜପଥକୁ ଅବରୋଧ କରିଥିଲେ । ଆଉ ସେମାନଙ୍କୁ ମଧ୍ୟ ଆଶ୍ୱାସନା ମିଳିଥିଲା ଜିଲ୍ଲାପ୍ରଶାସନ ତରଫରୁ ।
ଗୋଟିଏ ପଟରେ ଏହି ସାହିର ଜନସାଧାରଣ ତଫସିଲଭୁକ୍ତ ଜନଜାତି ସଂପ୍ରଦାୟର ହୋଇଥିବାବେଳେ ଅନ୍ୟପଟରେ ଏମାନେ ମଧ୍ୟ ଆର୍ଥିକ ଅନଗ୍ରସର ଅଟନ୍ତି ଏମାନଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ମିଳିବା ପରିବର୍ତେ, ପୋଲିସର ଧମକ ଦେଇ କାର୍ଯ୍ୟ କରାଇନେବାକୁ ବସିଛି ଓପିଟିସିଏଲ ଆଉ ଓପିଟିସିଏଲ ଓ ସ୍ଥାନୀୟ କଳିଙ୍ଗନଗର ଏଡିଏମ ୬୦ ଦିନର ସମୟ ନେଇ ଏ ସମସ୍ୟାର ସମାଧାନ କରିବାକୁ କହିଥିଲାବେଳେ ରାତିଅଧିଆ ସ୍ଥାନୀୟ ଗୁଣ୍ଡା ଲଗାଇ କାମ କରୁଛି ସମ୍ପୃକ୍ତ ଓପିଟିସିଏଲର ଠିକାଦାର, ଆଉ ଏହାକୁ ନେଇ ପୋଲିସରେ ଅଭିଯୋଗ କରିବାକୁ ଗଲାବେଳେ ପୋଲିସ ଓଲଟି ଜେଲର ଧମକ ଦେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ମହିଳା । ଅନ୍ୟପଟରେ ପୋଲିସ କହୁଛି ଏହା ଉପରେ ଆମେ ତଦନ୍ତ କରୁଛୁ ଆଉ ସେଠାରେ କାମ ହେବାର କୈ÷ାଣସି ସୂଚନା ନାହିଁ ପୋଲିସ ପାଖରେ ।

Leave a Reply

   Related Posts