ଆଦାନୀପୋର୍ଟ ବିରୋଧରେ କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘର ମେଳି : ଦାବୀ ପୂରଣ ନହଲେ ଅକ୍ଟୋବର ୨ରୁ କର ବା ମର ଡାକରା
24/09/2018 at 12:21 PM

ଭଦ୍ରକ ୨୪/୯: ଚାନ୍ଦବାଲିର ଧାମରା ଆଦାନୀପୋର୍ଟ ବିରୁଦ୍ଧରେ କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘର କର୍ମକର୍ତ୍ତା ମାନେ ମେଳି କରିଛନ୍ତି। କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘ ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ସଂଘ ଯାହାକି ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ଟ୍ରକ ମାଲିକ ମାନେ ସଭ୍ୟ ଅଛନ୍ତି । ଆଦାନୀ ପୋର୍ଟ କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘକୁ କମ୍ପାନୀର ଟ୍ରାନ୍ସପୋର୍ଟ ପାଇଁ ଅନୁମତି ନ ଦେଇ ଧାମରା ସ୍ଥାନୀୟ ଅଞ୍ଚଳରେ ଥିବା (କଇଥକୋଲା)ର ଏକ ଛୋଟିଆ ସଂଘର ଟ୍ରକ ମାଲିକଙ୍କୁ ହାତକରି ସେମାନଙ୍କୁ ଅନୁମତି ଦେଇଥିବାବେଳେ କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘକୁ ଉପେକ୍ଷିତ କରାଯାଉଛି । ଏଥିସହ ୧୫ ଦିନ ହେବ କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘକୁ କାର୍ଯ୍ୟରୁ ଅନ୍ତର ମଧ୍ୟ କରିଛନ୍ତି । କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘର ଶତାଧିକ ଟ୍ରକ ମାଲିକମାନେ ଏ ସଂପର୍କରେ ଆଦାନୀପୋର୍ଟର ଉଚ୍ଚ କତୃପକ୍ଷଙ୍କୁ ଭେଟି ସେମାନଙ୍କର ଦାବୀ ଉପସ୍ଥାପନ କରିଥିଲେ ମଧ୍ୟ କମ୍ପାନୀ କତୃପକ୍ଷ ବାରମ୍ବାର ସେମାନଙ୍କୁ ସମୟ ଦେଇ ଉପେକ୍ଷିତ କରୁଥିବାରୁ ଏହାରି ପ୍ରତିବାଦ ସୂରୁପ କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘର କର୍ମକର୍ତ୍ତାମାନେ ଧାମରା ମତ୍ସ୍ୟ ପୋତାଶ୍ରୟ ମଧ୍ୟରେ ସେମାନଙ୍କର ବାର୍ଷିକ ଉତ୍ସବରେ ଏକ ଚରମ ନିଷ୍ପତି ନେଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ କମ୍ପାନୀ ରେଳ ଧାରଣା ଓ ମୁଖ୍ୟ ଫାଟକ ଆଗରେ ଧାରଣା ଦେବା ସହ କମ୍ପାନୀର ସମସ୍ତ କାର୍ଯ୍ୟକୁ ଅଚଳ କରିଦେବେ ବୋଲି କଳିଙ୍ଗ ଟ୍ରାନ୍ସପୋର୍ଟ ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।