ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଜୁନ ୬ରୁ ଭୁବନେଶ୍ବରରେ ଏଫଆଇଏଚ୍ ହକି ମହାକୁମ୍ଭ, ଆରମ୍ଭ ହେଲା ଟିକେଟ ବିକ୍ରି

26/05/2019 at 8:30 PM

ଭୁବନେଶ୍ବର ୨୬।୫:   ଆସନ୍ତା ମାସ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏଫଆଇଏଚ୍ ହକି ଟୁର୍ଣାମେଣ୍ଟ । ହକି ଇଣ୍ଡିଆ ପ୍ରାୟୋଜିତ ଏହି ପୁରୁଷ ହକି ଚୁର୍ଣ୍ଣାମେଣ୍ଚ  ଶୃଙ୍ଖଳା ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଏଥିପାଇଁ ୪ଟି କାଉଣ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ  ସିନିୟର ସିଟିଜନ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିଛି ।  

ଏଫଆଇଏଚ୍ ସିରିଜ୍ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ ଗେମ ପାଇଁ ହକି ପ୍ରତି ଋଚି ରଖୁଥିବା ଦେଶମାନଙ୍କ ନିମନ୍ତେ  ସୁଯୋଗ ସୃଷ୍ଟି କରିଛି । ଯେଉଁଠାରେ ବିଶ୍ବର ଶ୍ରେଷ୍ଠ ଟିମ ସହ ପ୍ରତିଯୋଗିତାର ସୁଯୋଗ ରହିଥିବା ବେଳେ ଅଲିମ୍ପିକ୍ ହକି ପାଇଁ ଟିମ୍ ମାନଙ୍କୁ  ଅଭିଜ୍ଞତା ମଧ୍ୟ ମିଳିପାରିବ। ତେବେ ଚଳିତବର୍ଷ ଭାରତ ପ୍ରାୟୋଜିତ ଏଫଆଇଚ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ବର ୮ଟି ଟିମ ଭାଗ ନେଉଥିବା ଜଣାପଡିଛି। ଏଥିରେ ଆୟୋଜକ ଭାରତ ସମେତ ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ଆଦି ଦେଶମାନେ ଅଂଶଗ୍ରହଣ କରିବେ।

ପୁଲ  ‘ଏ’ରେ ଇଣ୍ଡିଆ, ପୋଲାଣ୍ଡ , ଋଷିଆ ଓ ଉଜବେକିସ୍ତାନ ଆଦି ଥିବା ବେଳେ ପୁଲ ‘ବି’ରେ ରହିଛନ୍ତି  ସାଉଥ ଆଫ୍ରିକା (ଆରଏସଏ), ଜାପାନ, ଆମେରିକା ଓ ମେକ୍ସିକୋ । ଏଥିପାଇଁ ଟିକେଟ୍ ଉଭୟ କାଉଣ୍ଟରରେ ଓ ଅନ-ଲାଇନରେ ମଧ୍ୟ ଉପଲବ୍ଧ ହେଉଛି। ଗତବର୍ଷ ଓ୍ବାର୍ଲଡ କପର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକିର ଅନ୍ୟତମ ଡେଷ୍ଟିନେସନ ପାଲଟିଛି ଭୁବନେଶ୍ବର। ଏଣୁ ଗତ ଓ୍ବାର୍ଲଡକପ ଉଦଯାପନୀ ଅବସରରେ ୨୦୧୯ରେ ଏଫଆଇଏଚ୍ ପ୍ରାୟୋଜିତ ଅନୁନ୍ୟ ଗୋଟିଏ ଶୃଙ୍ଖଳା କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବୋଲି ଅଧ୍ୟକ୍ଷ ନରେନ୍ଦ୍ର ବତ୍ରା ଘୋଷଣା କରିଥିଲେ। ଯାହା ଓଡିଶାର ରାଜଧାନୀରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

   Related Posts