vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର

21/05/2022 at 9:11 AM

ଭୁବନେଶ୍ୱର, ୨୧/୦୫:   ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫ୍‌ଆଇ ଇଣ୍ଡିଆନ୍‌ ଗ୍ରାଁପ୍ରି-୩ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ରୀଡ଼ାବିତମାନେ ଭୁବନେଶ୍ୱରରେ ପହଞ୍ଚି ଗତକାଲି ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ।

ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ଆଥଲେଟ୍‌ ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦ ୨୦୦ ମିଟରରେ ଦୌଡ଼ିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୩୧ ବର୍ଷୀୟ ଶ୍ରାବଣୀ ଜାମାଇକାରେ ରହି ଅଭ୍ୟାସ କରୁଥିବାରୁ କିଛି ବର୍ଷ ହେଲା କୌଣସି ଜାତୀୟ ଇଭେଣ୍ଟରେ ଭାଗ ନେଇ ନଥିଲେ । କିନ୍ତୁ ସେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ସେ ଏକ ଇଭେଣ୍ଟରେ ଦୌଡ଼ିଥିଲେ । ୨୦୦ ମିଟରରେ ସେ ୨୩.୬୮ ସେକେଣ୍ଡ ଟାଇମିଂ ଦେଇଥିଲେ । ଅଲିମ୍ପିଆନ ଦୂତି ଚାନ୍ଦ କିନ୍ତୁ ଏହି ପ୍ରତିଯୋଗିତାରେ ଦୌଡ଼ିବେ ନାହିଁ ବୋଲି କହିଛନ୍ତି । ଜୁନ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଅନ୍ତଃ ରାଜ୍ୟ ଆଥଲେଟିକ ଚାମ୍ପିଅନସିପ୍‌ ପାଇଁ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।

ଜାତୀୟ ସ୍ତରର କିଛି ବଛା ବଛା କ୍ରୀଡ଼ାବିତ ଗ୍ରାଁପ୍ରି-୩ ଓ ଗ୍ରାଁପ୍ରି-୪ରେ ଅଂଶ ଗ୍ରହଣ କରୁଛନ୍ତି । ଆଭା ଖଟୁଆ (ତ୍ରିପଲ ଜମ୍ପ), ମନପ୍ରୀତ କୌର (ସଟପୁଟ୍‌),ସରିତା ରମିତ ସିଂ (ହାମର ଥ୍ରୋ), ନଭଜିତ କୌର (ଡିସ୍କସ ଥ୍ରୋ) ପ୍ରମୁଖ ମୁଖ୍ୟ ଆକର୍ଷଣ ସାଜିବେ । ପ୍ରତିଯୋଗିତା ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ । ପୂର୍ବରୁ ୨୦୧୮ରେ ଭୁବନେଶ୍ୱରରେ ଅନ୍ତଃ ରାଜ୍ୟ ଆଥଲେଟିକ୍‌ ଚାମ୍ପିଅନସିପ୍‌ ଆୟୋଜିତ ହୋଇଥିଲା । ଇଣ୍ଡିଆନ ଗ୍ରାଁପ୍ର-୪ ଆସନ୍ତା ୨୪ ତାରିଖରେ ଖେଳାଯିବ।

   Related Posts