କଳିଙ୍ଗ ଡାର୍ଟ ଟ୍ରାକ୍ ରେସିଂ; ବାଇକ୍ ରେସିଂ ମାଧ୍ୟମରେ ଦିଆଯିବ ସଚେତନତା ବାର୍ତ୍ତା, ଥିମ୍ ରହିଛି “RACE – Off the ROAD”
10/06/2023 at 3:26 PM

ଭୁବନେଶ୍ୱର ୧୦।୦୬ : ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହେବ କଳିଙ୍ଗ ଡାର୍ଟ ଟ୍ରାକ ରେସିଂ । ବାଇକ୍ ରେସିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ଚଳିତ ବର୍ଷର ଥିମ୍ ରହିଛି “RACE – Off the ROAD” । କଳିଙ୍ଗ ମୋଟର୍ସ ସ୍ପୋର୍ଟସ କ୍ଲବ ଭୁବନେଶ୍ୱର ପକ୍ଷରୁ ଆୟୋଜନ ଏବଂ FMSCI (Federation of Motor Sports Clubs of India) ତତ୍ୱାବଧାନରେ ଏହି ରେସିଂ ହେବ ।
ଏହି ରେସିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ଖାସ୍ କରି ବାଇକ୍ ଚଳାଉଥିବା ସମୟରେ ଫୋନ୍ରେ କଥା ହେବା, ଗଳିକନ୍ଦିରେ ଦ୍ରୁତ ଗତିରେ ଗାଡି ଚଲାଇବା । ଏହି ସବୁଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଯିବ ।

ଆସନ୍ତା ୧୧ ତାରିଖ ମାନେ ରବିବାର ଦିନ ଅପରାହ୍ନ ୩ଟା ସମୟରେ ଭୁବନେଶ୍ୱରରେ ବରମୁଣ୍ଡା ଖେଳ ପଡିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ୩ ଘଣ୍ଟା ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସଂଧ୍ୟା ୬ଟାରେ ଶେଷ ହେବ । ଏହାପରେ ସଂଧ୍ୟା ୬.୩୦ରେ ପୁରସ୍କାର ବିତରଣୀ ଉତ୍ସବ ରହିଛି । ଯେଉଁଥିରେ ବିଜେତା ବାଇକ୍ ରେସରଙ୍କୁ ପୁରସ୍କୃତ କରାଯିବ । ନଗଦ ୫୦ ହଜାର ଟଙ୍କାର ପୁରସ୍କାର ରାଶି, ଟ୍ରଫି ସହ ମାନପତ୍ର ଦିଆଯିବ ।
ସେହିପରି ଓଡିଶା , ଛତିଶଗଡ଼ ଓ ପଶ୍ଚିବଙ୍ଗର ମୋଟ ୨୫ଟିମ୍ ଏହି ରେସ୍ରେ ଭାଗ ନେବେ । ଏହା କାର୍ଯ୍ୟକମର ମୁଖ୍ୟ ପ୍ରଯୋଜକ ରହିଛି ଓଡିଶା ଖଣି ନିଗମ ( OMC) , EVOS ବିଲ୍ଡକନ ପ୍ରାଇଭେଟ୍ ଲିମିଟେଡ୍, ACE କର୍ମସିଆଲ୍ , ମୋଙ୍ଗିନିସ୍, ପିଜିଏଲ୍ ହୋଣ୍ଡା, ହୋଣ୍ଡା ବିଗ୍ ୱିଙ୍ଗସ୍, MAXXIS ଟାୟାର, ବେଲଗଡିଆ ପ୍ୟାଲେସ୍, ଓଡିଶା କଲିଂ ଫାଉଣ୍ଡେସନ୍ ଏବଂ SUM ହସ୍ପିଟାଲ୍ ରହିଛି ।