କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍‌ କାର, ୩ ଆହତ

Published By : Prameya-News7 Bureau | August 09, 2022 IST


ଫୁଲବାଣୀ,୦୯/୦୮: କନ୍ଧମାଳ ଜିଲ୍ଲା କଳିଙ୍ଗା ଡିଏଭି ସ୍କୁଲ ନିକଟରେ ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ସ୍ବିଫ୍ଟ ଡ଼ିଜାଇର କାର ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଏଥିରେ ବସିଥିବା ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି l ସେମାନେ ହେଲେ ଆଶା ଲତା ପତି(୮୫), ସଞ୍ଜିତା ପତି(୪୦) ଓ ଜଣେ ୧୩ ବର୍ଷର ନାବାଳକ l ଖବର ପାଇ ଜି. ଉଦୟଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ l ଆହତ ସମସ୍ତେ ବାଲିଗୁଡା ଅଂଚଳର ବୋଲି କୁହାଯାଉଛି l ଦୁର୍ଘଟଣାଗ୍ରସ୍ତ କାର ନମ୍ବର OD 02- BP 7076 । ଏନେଇ ଜି ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.