କଳିଙ୍ଗ ଷ୍ଟୁଡିଓ ପାଇବ ନୂଆ ରୂପ: ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ

Published By : Prameya-News7 Bureau | February 17, 2021 IST

ଭୁବନେଶ୍ବର୧୭/୨: ଓଡିଆ ଚଳଚ୍ଚିତ୍ରର ପେଣ୍ଠସ୍ଥଳୀ କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର। ଓଡିଶାର ସିନେପ୍ରେମୀ ଓ କଳାକାରଙ୍କ ପାଇଁ ଖୁସି ଖବର । ରାଜ୍ୟସରକାର କଳିଙ୍ଗ ଷ୍ଟୁଡିଓକୁ ନବକଳେବର କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ ଅଫ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ନିର୍ମାଣ ହେବ ।

{"id":410493,"sizeSlug":"large","linkDestination":"none"}

ଷ୍ଟୁଡିଓକୁ ନୂଆରୂପ ଦେବାପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ ଏବଂ ପ୍ରତିଯୋଗିତାମୂଳକ ବ୍ୟବସାୟୀକ ଢଙ୍ଗରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି । ସେହିଭଳି ପ୍ରତିଯୋଗିତା ମୂଳକ ଓ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡିଓକୁ ବିକଶିତ କରାଯିବ ।

{"id":410494,"sizeSlug":"large","linkDestination":"none"}

ଏଥିସହ ଷ୍ଟୁଡି୍ଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ନେଇ ଲକ୍ଷ ରଖାଯାଇଛି । କଳିଙ୍ଗ ଷ୍ଟୁଡିଓର ବିକାଶ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହୋଇଥିଲା । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଗତ ରବିବାର କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଥିଲେ । ପୁନର୍ବିନ୍ୟାସ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.