Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବର୍ଷାରେ ଭୁଶୁଡିଲା କାନ୍ଥ : ଶିଶୁ କନ୍ୟା ମୃତ, ମାଆ ଓ ବାପା ଗୁରୁତର

19/03/2023 at 2:45 PM

କାଲିମେଳା ୧୯।୦୩ : ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଶିଶୁ କନ୍ୟାର ମୃତ୍ୟୁ, ମାଆ ଓ ବାପା ଗୁରୁତର। ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତର ମେଟାଗୁଡାରେ ଏହି ଘଟଣା ଘଟିଛି । ଘରର କାନ୍ଥ ଭାଙ୍ଗି ପଡି ଜଣେ ଶିଶୁ କନ୍ୟା ମୃତ୍ୟୁ ବରଣ କରିଥିବା ବେଳେ ଶିଶୁ କନ୍ୟାର ମାଆ ଓ ବାପା ଉଭୟ ଗୁରୁତର ହୋଇଛନ୍ତି ।

ଖବର ଅନୁଯାୟୀ, ରବିବାର ଭୋର ସମୟରେ ମେଟାଗୁଡାର ଆଇତା ମାଡକାମି ତାଙ୍କ ସ୍ତ୍ରୀ ଓ ୪ ମାସର କୁନି ଝିଅ ସ୍ଵାତୀ ନିଜ ଘରେ ଶୋଇଥିଲେ । ଅଚାନକ ଘରର କାନ୍ଥ ଭାଙ୍ଗି ସେମାନଙ୍କ ଉପରେ ପଡି ଯାଇଥିଲା । ଏହି ସମୟରେ ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ।

ଗାଁ ଲୋକେ ତୁରନ୍ତ ଆଇତାଙ୍କ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ୪ ମାସର କୁନି ଝିଅ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ କହିଛନ୍ତି । ଆଇତା ମଧ୍ୟ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅଛନ୍ତି। ଖବର ପାଇ ପଡିଆ ବିଡିଓ ରାମକୃଷ୍ଣ ନାୟକ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

   Related Posts