ପୁଣି ରାଜନୀତିକୁ ଫେରିଲା କାଳିଆ ପ୍ରସଙ୍ଗ, ବିରୋଧୀଙ୍କ ବିଜେଡିକୁ ଟାର୍ଗେଟ୍, ନିର୍ବାଚନ ଆସିଲେ ମନେ ପଡ଼ୁଛି ଯୋଜନା

Published By : Prameya-News7 Bureau | February 23, 2024 IST

ଭୁବନେଶ୍ଵର:  ୨୦୧୯ ସାଧାରଣ ନିର୍ବାଚନ ବେଳେ ଚର୍ଚ୍ଚାରେ ଥିବା କାଳିଆ ଯୋଜନା ୨୦୨୪ ନିର୍ବାଚନ ପୂର୍ବରୁ  ପୁଣି ରାଜ୍ୟ ରାଜନିତୀକୁ ସରଗରମ କରିଛି  । ବର୍ଷର ଯେ କୌଣସି ସମୟରେ କାଳିଆ ସହାୟତା ଦିଆଯାଇପାରିବ । ଏହା ସହ ଯୋଜନାରେ ସାମିଲ ଭୂମିହୀନ ଚାଷୀ ପରିବାରକୁ ଉଦ୍ୟାନ ଓ ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ତିନିଟି କିସ୍ତିରେ ୧୨ ହଜାର ୫ଶହ ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଣିକି ଏହି ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ । ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ନିର୍ବାଚନୀ ଥୋପ କହି ସମାଲୋଚନା କରିଛନ୍ତି ବିରୋଧୀ  । ଯାହାର ଜବାବ୍ ରଖିଛି ବିଜେଡି ।

wp:heading {"level":4}

Also read- ‘ନିଜର ଫାଇଦା ପାଇଁ କିଛି ନେତା ମହିଳାଙ୍କୁ ଅପମାନିତ କରନ୍ତି’, ଏମିତି କହି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

/wp:heading

ପୁଣି ରାଜନୀତିକୁ ଫେରିଲା କାଳିଆ ପ୍ରସଙ୍ଗ । ତେଜିଲା ଶାସକ-ବିରୋଧୀ ଆରୋପ ପ୍ରତ୍ୟାରୋପ । ୨୦୧୯ ସାଧାରଣ ନିର୍ବାଚନ ବେଳେ ଚର୍ଚ୍ଚାରେ ଥିବା କାଳିଆ ଯୋଜନା ୨୦୨୪ ନିର୍ବାଚନ ପୂର୍ବରୁ  ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏଣିକି କେବଳ ଏପ୍ରିଲ କି ସେପ୍ଟେମ୍ବର ନୁହେଁ ବର୍ଷର ଯେ କୈଣସି ସମୟରେ ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ସହାୟତା । ଗତକାଲି ରାଜ୍ୟ ସରକାର କାଳିଆ ଯୋଜନାକୁ ନେଇ କ୍ୟାବିନେଟରେ ତିନି ତିନିଟି ବଡ ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମ ନିର୍ଦ୍ଧିଷ୍ଟ ମାସରେ ନୁହେଁ ବର୍ଷର ଯେକୌଣସି ସମୟରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । ଦ୍ଵିତୀୟରେ  ଯୋଜନାରେ ସାମିଲ ଭୂମିହୀନ ଚାଷୀ ପରିବାରକୁ ଉଦ୍ୟାନ ଓ ଆନୁସଙ୍ଗିକ କୃଷି କାର୍ଯ୍ୟ କରିବାକୁ ୩ଟି କିସ୍ତିରେ ୧୨ ହଜାର ୫ଶହ ଟଙ୍କା ସହାୟତା  ଦେବେ ରାଜ୍ୟ ସରକାର । ଆଉ ତୃତୀୟରେ    ହିତାଧିକାରୀଙ୍କୁ ୨ ହଜାର ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବ । ଆସନ୍ତା ୩ ବର୍ଷ ଲାଗି ଏହି ଯୋଜନାରେ ୬ ହଜାର ୨୯ କୋଟି ୭୦ ଲକ୍ଷ ଖର୍ଚ୍ଚ କରିବେ ସରକାର ।ଚଳିତ ବର୍ଷରେ ପ୍ରଥମ କିସ୍ତି ସରକାର ଖୁବ ଶୀଘ୍ର ଦେବାକୁ ଯୋଜନା କରିଛନ୍ତି । ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତି ରାଜ୍ୟର କୃଷି ବିକାଶରେ ସହାୟକ ହେବା ସହ କୃଷକ ମାନଙ୍କ ଆର୍ଥିକ ସମସ୍ୟା ଦୂର କରିବ ବୋଲି କହିଛନ୍ତି ସରକାର ।

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ଚାଷୀମାନଙ୍କ ଲାଗି ସରକାରଙ୍କ ଏହି ସହାୟତା ପ୍ରଦାନ ନିଷ୍ପତ୍ତିରୁ ନିର୍ବାଚନ ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି କହିଛି ଚାଷୀଙ୍କ ସ୍ବାର୍ଥ ଲାଗି ନୁହେଁ, ବରଂ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ଏହି ଘୋଷଣା କରିଛନ୍ତି । ଗତ ନିର୍ବାଚନ ବେଳେ ୧୦ ହଜାର ଟଙ୍କା ଚାଷୀଙ୍କୁ ଦେବେ ବୋଲି କହିଥିଲେ । ହେଲେ ଭୋଟ ପରେ ୬ ହଜାର ଦେଲେ । ଏହା କେବଳ ଘୋଷଣା ସର୍ବସ୍ବ । କଂଗ୍ରେସ କହିଛି ଚାଷୀଙ୍କ ଧାନ ଉଠୁନି, କଟନି ଛଟନି ନାଁରେ ଚାଷୀ ଠକାମିର ଶୀକାର ହେଉଛନ୍ତି ।   ସେସବୁ ସମସ୍ୟା ଦୂର ନକରି ଏହା କେବେଳ ନିର୍ବାଚନୀ ଥୋପ ବୋଲି କହିଛି କଂଗ୍ରେସ । ବିରୋଧୀଙ୍କ ଅଭିଯୋଗର ଜବାବ୍ରେ ବିଜେଡି କହିଛି,  ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚିନ୍ତା କରିଛନ୍ତି । କାଳିଆ ସହାୟତାରେ କେବଳ ଚାଷୀ ନୁହେଁ, ଚାଷୀ ପରିବାର, ଭୂମିହୀନ ଚାଷୀ ବି ଉପକୃତ ହେଉଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ବଦ୍ଧ ପରିକର ।

ରାଜ୍ୟ ହେଉ ବା ଦେଶ ସରକାର ଗଠନରେ ଚାଷୀଙ୍କର ବଡ ଭାଗ ରହିଛି । ସେଥିଲାଗି ଭୋଟ ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ଚାଷୀଙ୍କ ସମର୍ଥନ ଲାଗି ପ୍ରୟାସ ଚଳାଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାରଙ୍କ ପିଏମ କିଷାନ ଯୋଜନା ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା  ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ସେତେବେଳେ  ମଧ୍ୟ ସରଗରମ ହୋଇଥିଲା ରାଜନୀତି । ଆଉ ଏବେ ଭୋଟ ପୂର୍ବରୁ ରାଜନୀତିକୁ ଫେରିଛି ସମାନ ପ୍ରସଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.