କାଳିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ସଂପର୍କୀୟ ମହିଳା ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା, ଭାରତୀ ଗିରଫ

Published By : Prameya-News7 Bureau | December 18, 2020 IST

ଢ଼େଙ୍କାନାଳ୧୮/୧୨: କାଳିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ୩ ବର୍ଷ ଶିଶୁପୁତ୍ରକୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିଲା।ସଂପର୍କୀୟ ମହିଳା ଭାରତୀ ସାହୁଙ୍କୁ ନିହଲପ୍ରସାଦ ପୋଲିସ୍ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଜଣାପଡିଛି। ଗତକାଲିଠୁ ଥାନାରେ ଭାରତୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚାରା କରିଥିଲା। ଆଜି କାଳିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସୂଚନାଥାଉକି ଗତ ୧୬ ତାରିଖ ଠାରୁ ନିଖୋଜ ଥିବା ୩ ବର୍ଷର ଶିଶୁ କାଳିଆ ଅଚାନକ ଗାୟବ ହୋଇଯାଇଥିଲେ।

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ  ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଏପରି ଘଟଣା ଘଟିଥିଲା। ଢେଙ୍କାନାଲ ଜିଲ୍ଲା ନିହଲପ୍ରସାଦ  ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ଏପରି ସମ୍ବେଦନ ଶୀଳ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା।ମୃତ ଶିଶୁଟି ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ପୁଅ କାଳିଆ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳିଆକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.