ଚଣ୍ଡିଖୋଲରେ ମା' ରକ୍ଷା କାଳୀଙ୍କ ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | November 13, 2023 IST

ଚଣ୍ଡିଖୋଲ ୧୩।୧୧ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ମହିଶିଆ ଗୋଠ ଗାଁରେ ସମର୍ପଣ ଅନୁଷ୍ଠାନରେ ମା ରକ୍ଷା କାଳୀ ମନ୍ଦିର ପରିସରରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଦିନସରା ମାଙ୍କ ଘାଟ ପୂଜା, ଚଣ୍ଡି ପାଠ, ହୋମ ଆଳତୀ ବିଧି ଅନୁସାରେ ପୂଜାର୍ଚ୍ଚନା ହୋଇଛି ।

ବିଶେଷରେ କରି ମହାଲକ୍ଷ୍ମୀ, ମା ସରସ୍ୱତୀ, ମା ଦୁର୍ଗାଙ୍କୁ ଆରାଧନ କରାଯାଏ ।ତେବେ ଏହି ପୂଜାରେ କର୍ତ୍ତା ବିରଞ୍ଚି ନାରାୟଣ ବରାଳ ଓ ପ୍ରୀତି ନନ୍ଦ ବରାଳ ହୋଇଥିବା ବେଳେ ମୁଖ୍ୟ ପଣ୍ଡିତ  ରଜତ କୁମାର ପଣ୍ଡା, ଅଭିଳାଷ ପାଣ୍ଡା, ଓ ବାପି ପଣ୍ଡା ମିଳିତରେ  ପୁଜା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.