ମା ଭଦ୍ରକାଳୀଙ୍କ ପୀଠରେ ପୂଜା ଆରମ୍ଭ, ମଣ୍ଡପରେ ଚକ୍ଷୁଦାନ ପାଇବେ ମା କାଳୀ

Published By : Prameya-News7 Bureau | November 12, 2023 IST

ଭଦ୍ରକ: କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ସପ୍ତଦିବସ ବ୍ୟାପୀ ମହାପୂଜା । ଅମାବାସ୍ୟା ତିଥି ଠାରୁ ମା ଭଦ୍ରକାଳୀଙ୍କୁ ସପ୍ତମାତୃକା ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଉଥିବାବେଳେ , ଆଜି ମା ଭଦ୍ରକାଳୀଙ୍କୁ ପ୍ରଥମ ଦିବସରେ ବେଦମାତା ବେଶରେ ପୂଜାର୍ଚ୍ଚନା କରାଯାଇଛି ।  ଏହି ବେଶରେ ମାଙ୍କୁ ଦର୍ଶନ କଲେ ମହାଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଅନ୍ୟପଟେ ମଣ୍ଡପ ରେ ସ୍ଥାପିତ ମୃଣ୍ମୟୀ ମୂର୍ତ୍ତି ଆଜି ମଧ୍ୟରାତ୍ରରୁ ଜୀବଦାନ ପାଇବେ ।

wp:heading {"level":4}

Also read- ବିନା ୟୁନିଫର୍ମରେ ବୁଲିବେ ପୋଲିସ, ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ

/wp:heading

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଭଦ୍ରକାଳୀ । ମା ହେଉଛନ୍ତି ସର୍ବଶକ୍ତି ର ଆଧାର ଓ ଆଦ୍ୟାଶକ୍ତି । ସ୍ତୁତିଗାନ ରେ କନିକା ପୁରାଣ ଓ ଯୋଗିନୀ ତନ୍ତ୍ରରେ ମଧ୍ୟ ଭଦ୍ରକାଳୀ ପୀଠ ଏକ ମହାନ ଶକ୍ତିପିଠ ରୂପେ ବର୍ଣ୍ଣିତ ହୋଇଛି । ମା କାଳୀଙ୍କ ପୂଜା ଅବସରରେ  ଅମାବାସ୍ୟାତିଥି ଠାରୁ ମା ଭଦ୍ରକାଳୀଙ୍କ ପୀଠରେ ମା ଙ୍କୁ ସପ୍ତମାତୃକା ବେଶରେ ପୂଜାର୍ଚ୍ଚନା କରାଯାଉଛି । ତେବେ ପ୍ରତ୍ୟୁଷରୁ ମା ଭଦ୍ରକାଳୀଙ୍କ ବିଶେଷ ପୂଜାର୍ଚ୍ଚନା ପାଇଁ ନିକଟସ୍ଥ ସାଳନ୍ଦୀ ନଦୀଘାଟରୁ  ସେବାୟତମାନଙ୍କ ଦ୍ଵାରା ନଦୀରୁ ଜଳ ଅଣାଯାଇ ଘଟସ୍ଥାପନ ସହ ରୀତିନୀତି ଅନୁସାରେ ମା ଙ୍କର ପୂଜାର୍ଚ୍ଚନା କରାଯାଇଛି ।

{"id":868928,"sizeSlug":"full","linkDestination":"none"}

ତେବେ ସପ୍ତଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ଆଜି ମା ଙ୍କୁ ପ୍ରଥମ ଦିବସ ରେ ବେଦମାତା ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଇଛି । ଏ ନେଇ  ଆଜିଠାରୁ ମାଙ୍କ ପୀଠରେ ମହାଯଜ୍ଞ, ଚଣ୍ଡିପାଠ, ହୋମଯଜ୍ଞ ଆୟୋଜନ କରାଯାଇଛି । ତେବେ ଆଜି ମା ଭଦ୍ରକାଳୀ ଙ୍କୁ ବେଦମାତା ରୂପରେ ଦର୍ଶନ କଲେ ମହାଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି । ଦେବୀଙ୍କର ସାତଟି ରୂପ ମଧ୍ୟରୁ ବେଦମାତା ଅର୍ଥାତ୍ ଗାୟତ୍ରୀ ରୂପ ଦର୍ଶନ କଲେ ଜ୍ଞାନର ଭଣ୍ଡାର ଉଦୟ ହୋଇଥାଏ ବୋଲି ମା ଙ୍କ ସେବାୟତ କହିଛନ୍ତି । ତେବେ ମା ଭଦ୍ରକାଳୀ ବେଦମାତI ରୂପରେ ପୂଜାପାଉଥିବାବେଳେ ମାଙ୍କୁ ପାଖରୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

{"id":868929,"sizeSlug":"full","linkDestination":"none"}

ଅନ୍ୟ ପଟେ ଭଦ୍ରକ ଜିଲ୍ଲା ର ଥିବା ମଣ୍ଡପ ଗୁଡିକ ରେ ଆଜି ମଧ୍ୟରାତ୍ରୀ ରୁ ପୂଜା ଆରମ୍ଭ ହେବ । ରୀତିନୀତି ରେ ମୃଣ୍ମୟୀ ମୂର୍ତ୍ତି ପୂଜା ସହ ଚକ୍ଷୁଦାନ ଓ ଜୀବନ୍ୟାସ କରାଯିବ । ବାଇପାସ ଓ ଚରମ୍ପା ଅଞ୍ଚଳ ରେ ସାତ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳା ଆସନ୍ତାକାଲି ଠାରୁ ଜମିବ । ଅପେରା ଓ ମିନାବଜାର ସହ ରାଜ୍ୟ ବାହାର ର ଦୋକାନୀ ଙ୍କ ପସରା ର ମଜା ଉଠାଇବେ ଶ୍ରଦ୍ଧାଳୁ । ତେବେ ପୂଜା କମିଟି ଗୁଡିକ ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ କୁ ସହଯୋଗ କରୁଛନ୍ତି । ଜିଲ୍ଲା ପୋଲିସ ତରଫରୁ ୨ ଜଣ ଅତିରିକ୍ତ ଏସପି , ୬ ଜଣ ଡ଼ିଏସପି , ୧୯ ଇନ୍ସପେକ୍ଟର ୨୦ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି । ଅସ୍ଥାୟୀ ଫାଣ୍ଡି ତିଆରି କରିଛି ଭଦ୍ରକ ପୋଲିସ । ଐତିହାସିକ କାଳୀପୂଜା ପାଇଁ ଭଦ୍ରକରେ ଉତ୍ସଵ ର ମହୋଲ । ପୂଜା କମିଟି , ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କାଳୀପୂଜାକୁ ସରସ ସୁନ୍ଦର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.