ଭଦ୍ରକରେ ଜମୁଛି ମା' କାଳୀଙ୍କ ପୂଜା, ଭଦ୍ରକାଳୀଙ୍କ ବେଶରେ ଦର୍ଶନ ଦେଉଛନ୍ତି ମା'

Published By : Prameya-News7 Bureau | November 13, 2023 IST

ଭଦ୍ରକ ୧୩।୧୧ : ବର୍ଷର ସବୁଦିନ ପରମ ବୈଷ୍ଣବୀ ଭାବେ ପୂଜା ପାଉଥିବା ମା' ଆଜି ଉଗ୍ରରୂପା । ବେକରେ ନରମୁଣ୍ଡ ମାଳି ସହ ଆଜି ମହାକାଳୀ ରୂପରେ ପୂଜା ପାଉଛନ୍ତି । ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଆଜି ଉଗ୍ର ରୂପ ଧାରଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଭଦ୍ରକର ମା ଭଦ୍ରକାଳୀଙ୍କ ମହାକାଳୀ ବେଶର ବୈଶିଷ୍ଠ ।

wp:embed {"url":"https://www.prameyanews7.com/kali-puja-in-bhadrak-start-from-12-november/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kali-puja-in-bhadrak-start-from-12-november/
/wp:embed

କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ସପ୍ତମାତୃକା ବେଶର ଦ୍ଵିତୀୟ ଦିବସରେ ମା ମହାକାଳୀ ବେଶରେ ଦେଉଛନ୍ତି ଦର୍ଶନ । ବର୍ଷ ତମାମ ମା ପରମ ବୈଷ୍ଣବୀ ଭାବେ ପୂଜା ପାଆନ୍ତି । କୋଳରେ ଶିଶୁ କୃଷ୍ଣଙ୍କୁ ଧାରଣ କରିଥିବାରୁ ମା ଭଦ୍ରକାଳୀ ହେଉଛନ୍ତି ଶାନ୍ତ , କାନ୍ତ ଓ ସୌମ୍ୟା । କିନ୍ତୁ ରୀତିନୀତି ଅନୁସାରେ ଦୀପାବଳି ଦିନ ମଧ୍ୟରାତ୍ରିରୁ ସ୍ୱତନ୍ତ୍ର ପୂଜା ଆୟୋଜନ ପରେ ମାଙ୍କୁ ମାହାକାଳୀ ବେଶରେ ସୁସଜ୍ଜିତ କରାଯାଇଛି । ମା ଆଜି ନୀଳ ବର୍ଣ୍ଣା । ନୀଳ ରଙ୍ଗର ପାଟ ପରିଧାନ କରିଥିବା ବେଳେ ନରମୁଣ୍ଡ ମାଳିଧାରଣ କରିଛନ୍ତି । ଶିବଙ୍କ ବକ୍ଷରେ ପାଦ ଦେଇଥିବା ବେଳେ ଲାଲ ରଙ୍ଗର ଜିହ୍ଵା ମଧ୍ୟ ଧାରଣ କରିଛନ୍ତି ।

ତେବେ  ବହୁ ଦୂରରୁ ମାଙ୍କୁ ଏହି ବେଶରେ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଛନ୍ତି । ଏହି ବେଶରେ ଦର୍ଶନ କଲେ ଆସୁରିକ ଶକ୍ତି କିମ୍ବା ଅନ୍ୟାୟ ଓ ଅନୀତିର ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପରମ ବୈଷ୍ଣବୀ ମା ଭଦ୍ରକାଳୀଙ୍କ ମହାକାଳୀ ବେଶର ଏହି ମାହାତ୍ମ୍ୟ ପାଇଁ ବହୁ କଥା ମଧ୍ୟ ରହିଛି । ସ୍ଵତନ୍ତ୍ର ନୀତି ସହ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଆୟୋଜିତ ହେଉଛି । ମଙ୍ଗଳବାର ମା ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ । ମାଙ୍କ କରୁଣା ପ୍ରାପ୍ତି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ସପ୍ତ ଦିବସରେ ସାତଟି ବେଶରେ ଦର୍ଶନ କଲେ ବିଭିନ୍ନ ପ୍ରକାରର କରୁଣା ମିଳିବାର ବିଶ୍ୱାସ ରହିଛି ।

wp:embed {"url":"https://www.prameyanews7.com/virat-kohli-claims-odi-wicket-after-9-years-anushka-sharmas-reaction-is-viral/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-claims-odi-wicket-after-9-years-anushka-sharmas-reaction-is-viral/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.