କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28/01/2023 at 10:10 AM

ସୋରୋ ୨୮/୦୧: କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ । ଚାଲିଗଲା ଜୀବନ । ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ । ମୂଳିଶିଂ ପଞ୍ଚାୟତ ଖୁଣ୍ଟାତଡ଼ା ସାହିରେ ଥିବା ୫୯ ବର୍ଷୀୟ ବାଇଧର ସାହୁ କାଳେସୀ ଲାଗି ପୋଖରୀକୁ ଡେଇଁ ପଡ଼ିଥିଲେ । ହେଲେ ଆଉ ଉଠିପାରିନଥିଲେ ।
ସୂଚନାଥାଉକି, ସରସ୍ଵତୀ ପୂଜା ଉପଲକ୍ଷେ ସେଠାରେ କୀର୍ତ୍ତନ ହେଉଥିବା ବେଳେ ବାଇଧର କାଳେସୀ ଲାଗି ଯୋଗେଶ୍ୱର ଠାକୁରାଣୀ ପୋଖରୀକୁ ଡେଇଁଥିଲେ । ତେବେ କିଛି ସମୟ ଅପେକ୍ଷା କରିଥିଲେ ଲୋକୋ । ହେଲେ ପୋଖରୀରୁ କିଛି ସମୟ ମଧ୍ୟରେ ବାଇଧର ନବାହରିବାରୁ ଉପସ୍ଥିତ ଗାଁ ଲୋକ ପାଣିରେ ପଶି ଖୋଜି ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତଖାନାକୁ ପଠାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
Related Posts
ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
26 March 2023
ମଇଁଷି ଶିକାର କଲା ମହାବଳ ବାଘ, ଭୟଭୀତ ଲୋକେ
26 March 2023