ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ, ଉପୁଡିଲା ଶହ ଶହ ଗଛ ଓ ବିଦ୍ୟୁତ ଖୁଣ୍ଡ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର ୦୭।୦୫: ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଅନୁଭୂତ ହୋଇଛି । ସୋନପୁର ଜିଲ୍ଲାରେ ଗତ ଦୁଇ ଦିନ ଧରି କାଳବୈଶାଖୀ ବର୍ଷା ଓ ଘୁଣ୍ଣିଝଡ଼ର ତାଣ୍ଡବ ଜାରି ରହିଛି । ଜିଲ୍ଲାର ସୋନପୁର ସହର ସହିତ ୬ଟି ବ୍ଲକ ସୋନପୁର, ବିରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା ଓ ଡୁଙ୍ଗୁରିପାଲି ବ୍ଲକରେ ବ୍ୟାପକ କ୍ଷତି ହୋଇଛି ।

{"id":265965,"sizeSlug":"large"}

ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ଚାଳ ଛପର ଘର ଉଡିଯାଇଛି । ଅଧିକାଂଶ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସେହିପରି ଦାରିଙ୍ଗବାଡ଼ିରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ ହୋଇଛି । ବାଲେଶ୍ବର, କଟକ, ଅନୁଗୋଳ, ବାରିପଦା, ତାଳଚେର, ବଲାଙ୍ଗୀର ବୌଦ୍ଧରେ ମଧ୍ୟ ଅଧିକ ବର୍ଷା ହୋଇଛି।

{"id":265966,"sizeSlug":"large"}

ଆଜି ଉପକୂଳ ଓଡ଼ିଶା ସମେତ କୋରପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଅନ୍ୟ କେତେକ ଜିଲାରେ ବର୍ଷା ହେବ। ଏହି ସମୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ଅଧିକାଂଶ ସ୍ଥାନରେ ବଜ୍ରପାତର ଆଶଙ୍କା ରହିଛି । ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ଝଡ଼ବର୍ଷା, କୁଆପଥର ବୃଷ୍ଟି  ଏବଂ ବଜ୍ରପାତର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.