ବୋରିଗୁମ୍ମାରେ ତାଣ୍ଡବ ରଚିଲା କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | May 23, 2024 IST

ବୋରିଗୁମ୍ମା ୨୩।୫: ବୋରିଗୁମ୍ମା ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ । ବୁଧବାର ସନ୍ଧ୍ୟା ସମୟରେ ହଠାତ ଦ୍ରୁତ ଗତିରେ ପବନ ସାଙ୍ଗକୁ ବର୍ଷା ହେବା ପରେ ବୋରିଗୁମ୍ମା ଅଞ୍ଚଳରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ତ କେଉଁଠି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । 

ବିଶେଷ କରି ବଡ଼ ପିଣ୍ଡାପଦର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି ଆଉ ଛପର ଉଡ଼େଇ ନେଇଛି । ବିରାଟ ଗଛ ଉପୁଡି ଲୋକଙ୍କ ଘର ଉପରେ ପଡିଛି । ଗାଈ ଗୁହାଳ ଠାରୁ ଆରମ୍ଭ କରି ଘର ଦ୍ୱାର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଦ୍ୟୁତ ଖୁଣ୍ଟ ଉପୁଡି ଯିବା ଫଳରେ ଗାଁରେ ବିଜୁଳି ନାହିଁ । ଗୁରୁବାର ସକାଳୁ ବୋରିଗୁମ୍ମା ରାଜସ୍ୱ ନିରୀକ୍ଷକ ଏବଂ ସରପଞ୍ଚ ମିଳିତ ଭାବେ ଗାଁରେ ବୁଲି ବୁଲି କ୍ଷୟକ୍ଷତିର ଆକଳନ କରୁଛନ୍ତି । ଚାଳ ଛପର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି ତୁରନ୍ତ ପ୍ରଶାସନ ପକ୍ଷରୁ ପାଲର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ବୋରିଗୁମ୍ମା ସହରରେ ମଧ୍ୟ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି ।

You Can Read :

ବିଜେପିରେ ମିଶିଲେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଦଳୀୟ ପ୍ରଚାରରେ ହେଲେ ସାମିଲ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.