କଳାସି ଯାତ୍ରା ପାଇଁ ସୁବର୍ଣ୍ଣପୁର ଚଳଚଞ୍ଚଳ, ୨୧ଟି ଗାଁରୁ ବାବା କପିଳେଶ୍ୱରଙ୍କ ପୀଠକୁ ଆସିଥାନ୍ତି କଳାସି ବରୁଆ

Published By : Prameya-News7 Bureau | November 28, 2023 IST

ବିନିକା ୨୮।୧୧: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଚରଦାର କପିଳେଶ୍ୱର ମନ୍ଦିର ପ୍ରାଚୀନ ଶୈବ ଓ ଶକ୍ତିପୀଠ ଭାବରେ ବେଶ ଖ୍ୟାତି ଅର୍ଜନ ଲାଭ କରିଛି । ଜିଲ୍ଲାର ଅନେକ ଗାଁରେ କଳାସି ଯାତ୍ରା ହେଉଥିଲେ ହେଁ ବାବା କପିଳେଶ୍ୱରଙ୍କ ପୀଠରେ ମା’ ଚରଦେଇଙ୍କ ପାଖରେ ପାଳିତ ହେଉଥିବା କଳାସି ଯାତ୍ରାର ରହିଛି ଭିନ୍ନ ଏକ ଆକର୍ଷଣ ।

{"id":875820,"sizeSlug":"full","linkDestination":"none"}

କାର୍ତ୍ତିକ ଶୁକ୍ଲ ଦଶମୀ ତିଥିରେ ଆରମ୍ଭ ହେଉଥିବା ଏହି ଯାତ୍ରାରେ ଆଖପାଖର ପ୍ରାୟ ୨୧ଟି ଗାଁରୁ ଦେଉଳ ଭରା ଉତ୍ସବ ପାଇଁ ବାବା କପିଳେଶ୍ୱରଙ୍କ ପୀଠକୁ ଆସିଥାନ୍ତି କଳାସି ବରୁଆମାନେ । ଢୋଲ ମହୁରୀ ନିଶାନର ଷୋହଳ ଭରନୀ ବାଦ୍ୟରେ ଦେବୀ ଆବିର୍ଭାବ ହୁଅନ୍ତି ବରୁଆ ଦେହରେ । ଛତ୍ରୀ, ଛତ୍ର ଓ ଘଣ୍ଟ ଘଣ୍ଟାର ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଖମ୍ବ ପାଖକୁ ଆସିଥାନ୍ତି ବରୁଆମାନେ । ଉପସ୍ଥିତ ଶ୍ରଦ୍ଧାଳୁ ଦର୍ଶନ କରି ପୂଜା କରିଥାନ୍ତି କଳାସି କୋଠି ଆଗରେ । କାର୍ତ୍ତିକ ଶୁକ୍ଲ ଦଶମୀ ତିଥିରେ ଦେବାଦେବୀ ମାନେ ମହାଦେବଙ୍କୁ ବରଣ କରିବା ପାଇଁ କୈଳାସ ପର୍ବତକୁ ଯାଉଥିବାରୁ ଏହି ଯାତ୍ରାର ନାମ କଳାସି ହୋଇଛି ବୋଲି ପୌରାଣିକ ମତ ରହିଛି । ଏଥିପାଇଁ ଗଜପତି ମହାରାଜ ମହାନଦୀର ପାପକ୍ଷୟ ଘାଟରେ ପାପ ମୁକ୍ତ ହେବା ପରେ ଏହି ଶୈବପୀଠରେ ପ୍ରସିଦ୍ଧ ତାରାପୁର ଗଡର ଇଷ୍ଟଦେବୀ ମା’ ତାରାଙ୍କୁ ଏଠାରେ ସ୍ଥାପିତକରି ମା’ଚରଦେଇଙ୍କ ନାଁରେ ଏହି ଶୈବପୀଠରେ ପୂଜାପାଇ ଆସୁଥିବା ବେଳେ ପ୍ରତିବର୍ଷ କଳାସି ଯାତ୍ରା ହୋଇ ଆସୁଛି । ମା’ ଚରଦେଇଙ୍କ ଦର୍ଶନ ପାଇଁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ମା’ ଚରଦେଇଙ୍କ ଠାରେ ଭକ୍ତମାନଙ୍କ ଅଖଣ୍ଡ ବିଶ୍ୱାସ ଯୋଗୁଁ ବର୍ଷସାରା ଏହିପୀଠରେ ଲୋକମାନଙ୍କ ଭିଡ ରହୁଛି । ହେଲେ ଦେବୀ କୃପା ଲାଭ କରିବା ସହିତ କଳାସି ଯାତ୍ରା ସମୟରେ ମହାଦେବଙ୍କ ବରଣ ପାଇଁ ବରୁଆମାନଙ୍କ ନଗର ପରିକ୍ରମାରେ ସାମିଲ ହୁଅନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥାଏ l

{"id":875822,"sizeSlug":"full","linkDestination":"none"}

ବିନିକା ଅଞ୍ଚଳର ଆଖପାଖ ୧୫ଟି ଗ୍ରାମର ଇଷ୍ଟଦେବୀମାନେ ଛତ୍ର, ଛାତ୍ରୀ ଧରି ବାରୁଆମାନେ ବାବା କପିଳେଶ୍ଵରଙ୍କ ପାଖକୁ ଆସି ବରଣ କରି ନିଜ ନିଜ ଗ୍ରାମକୁ ଫେରିଥାନ୍ତି । ନିଜ ଗ୍ରାମକୁ ଫେରିବା ପରେ ପରଦିନ ବିନିକା ଅଞ୍ଚଳର ଡଭଲା, ଗଣେଶପୁର, ଚେରୁପାଳି, ସେଲେଡି, ଗୁଲୁଣ୍ଡା ଆଦି ବିଭିନ୍ନ ଗ୍ରାମରୁ ମଧ୍ୟ କଳାସି ଯାତ୍ରା ହୋଇଥାଏ l ଗ୍ରାମର ଇଷ୍ଟଦେବୀଙ୍କ ପାଖରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଅଇଁଲା ନବମୀଠାରୁ ପୂଜା ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ହୋମ ଯଜ୍ଞ କରାଯାଇଥାଏ l ଏହି ଭାବରେ କାହିଁ କେତେ ଦିନରୁ ଏହି କଳାସି ଯାତ୍ରା ହଜାର ହଜାର ଭକ୍ତଙ୍କ ସମାଗମରେ ହୋଇଆସୁଛି l

You Can Read :

wp:embed {"url":"https://www.prameyanews7.com/huge-amount-of-unaccounted-cash-found-from-iic-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/huge-amount-of-unaccounted-cash-found-from-iic-house/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.