Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ନିଆଁ କବଳରେ କଳାପାଟ ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ

13/03/2023 at 12:16 PM

ତେଲକୋଇ ୧୩।୩: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଏକର ଏକର ମୂଲ୍ୟବାନ ଜଙ୍ଗଲ ଜଳିଯାଉଛି । ତେଲକୋଇ ଫରେଷ୍ଟ ବିଟ୍ ଖୁଣ୍ଟାପଡା ପଞ୍ଚାୟତର ବେଣା ଓ କଲାଡେରା ଗାଁ ନିକଟରେ ଥିବା କଳାପାଟ ସଂରକ୍ଷିତ ଜଙ୍ଗଲର କିର୍କିଞ୍ଚିଆ ପାହାଡ, ଡାଇଁଆଗିରି, ପୁଢେଇଦୁଆ, ଗଞ୍ଜିଆଘର, ବିରିଙ୍ଗାପାହାଡ, ଭାଲୁମଡକ, ବାଘୁଆସରେଇ, ଦୟାଗିରି ଆଦି ପାହାଡରେ ଦିନରାତି ନିଆଁ ହୁତୁହୁତୁ ହୋଇ ଜଳୁଛି । ଫଳରେ ମୂଲ୍ୟବାନ ଗଛଲତା ସହ ଔଷଧୀୟ ଗୁଳ୍ମ ମଧ୍ୟ ଜଳିପୋଡି ନଷ୍ଟ ହୋଇଯାଉଛି ।

ଜଙ୍ଗଲ ଜଳିବା ଦ୍ବାରା ବନ୍ୟଜନ୍ତୁ ନିଆଁ ତାପରୁ ବର୍ତ୍ତିବା ପାଇଁ ଗାଁ ମୁହାଁ ହେବା ସହ ହାତୀ ପଲ ମଧ୍ୟ ଗାଁ ନିକଟରେ ଡେରା ପକାଉଛନ୍ତି । ବିରଳ ପ୍ରଜାତିର ସରୀସୃପ  ଜଳିପୋଡି ନିଆଁର ଆଁ ଭିତରେ ଲୀନ ହୋଇଯାଉଛନ୍ତି । ଯାହାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ତେବେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ନିଆଁ ଲିଭାଇବା କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନଥିବା ଜଣାପଡିଛି ।

   Related Posts