ରାତିରୁ ଘରକୁ ଫେରିନଥିଲେ ଯୁବକ : ସକାଳ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Prameya-News7 Bureau | March 10, 2020 IST

କଳାହାଣ୍ଡି ୧୦।୦୩: ଘର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନକୁଳ ତାଣ୍ଡି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଘଟିଛି ଘଟଣା । ମୃତକଙ୍କ ପରିବାର ପକ୍ଷରୁ ପଡୋଶୀ ହତ୍ୟା କରିଥିବା ଅଭିଯୋଗ  ଆଣିଛନ୍ତି।

{"id":235847,"sizeSlug":"large"}

ସୂଚନାଯୋଗ୍ୟ  ଯେ, ସୋମବାର ରାତିରେ କୌଣସି ଘରୁ ବାହାରକୁ ଯାଇଥଲେ , ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରିନଥିଲେ । ପରିବାର ଲୋକ ନକୁଳ ନଆସିବା ନେଇ ଖୋଜିଖୋଜି କରିଥିଲେ । କିନ୍ତୁ ପାଇନଥିଲେ । ପରିବାର ଲୋକ ବ୍ୟଥିତ ହୋଇଥିଲେ । ତେବେ ମଙ୍ଗଳବାର ଦିନ ସକାଳ ସମୟରେ ତାଙ୍କ ମୃତଦେହ ଉଦ୍ଧାର ପଡିଥିବାର ଦେଖିବାକୁ ପାଇଥିଲେ ।

{"id":235848,"sizeSlug":"large"}

ନକୁଳଙ୍କ ଗଳାଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତଦେହ ପଡିଥିବା ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଛନ୍ତି । ତେବେ କିଛି ଦିନ ତଳେ ପଡୋଶୀ ଘର ଝିଅଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ସେପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.