କଳାହାଣ୍ଡିରେ ଡାଇରିଆ ଆତଙ୍କ, ଦୁଇ ଦିନରେ ୨୦ରୁ ଅଧିକ ଆକ୍ରାନ୍ତ
13/09/2022 at 3:07 PM

କଳାହାଣ୍ଡି ୧୩।୦୯ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର କିଛିଦିନ ହେବ ଡାଇରିଆ ବ୍ୟାପିବାରେ ଲାଗିଛି । ଦୁଇ ଦିନ ମଧ୍ୟରେ ଗାଁର ୨୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇସାରିଲେଣି । ସମସ୍ତ ରୋଗୀଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୯ଜଣ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମେଡ଼ିକାଲ ଟିମ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକକୁ ସଚେତନ କରୁଛନ୍ତି ।